ବଲାଙ୍ଗୀର ଜିଲ୍ଲାକୁ ଶ୍ରେଷ୍ଠ କେମ୍ପୋରୀ ପୁରସ୍କାର/ ରାଜ୍ୟପାଳଙ୍କଠାରୁ ଆୱାର୍ଡ ଗ୍ରହଣ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

Date:

Share post:

ମୁରିବାହାଲ ତା ୨୨/୦୫/୨୬): ଭୁବନେଶ୍ୱରର ଲୋକସେବା ଭବନ ସ୍ଥିତ ନୂତନ ଅଭିଷେକ ହଲ୍‌ଠାରେ ଆୟୋଜିତ ଭବ୍ୟ ରାଜ୍ୟ ପୁରସ୍କାର ଉତ୍ସବ ୨୦୨୫ ଅବସରରେ ବଲାଙ୍ଗୀର ଜିଲ୍ଲାକୁ ବେଷ୍ଟ କେମ୍ପୋରୀ ପୁରସ୍କାର ପ୍ରଦାନ କରାଯାଇଛି l

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କାମ୍ଭମପତି ପୁରସ୍କାର ପ୍ରଦାନ କରିଥିଲେ ଏହି ଅବସରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଭାରତ ସ୍କାଉଟ ଓ ଗାଇଡ଼ ଓଡିଶା ମୁଖ୍ୟ କମିଶନର ଡ଼ଃ କାଳୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ l ଏହି ଅବସରରେ ରାଜ୍ୟପାଳଙ୍କଠାରୁ ସମ୍ମାନଜନକ ଶ୍ରେଷ୍ଠ କେମ୍ପୋରୀ ଆୱାର୍ଡ ଗ୍ରହଣ କରିବା ସମୟରେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଚିପ୍ କମିଶନର ପ୍ରଦୀପ ନାଗ,ଇନ୍ଦିରା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିମାଇଁ ଚରଣ ମିଶ୍ର ଓ ଡ଼ିଓସି ସ୍କାଉଟ ବିନୋଦ ମହାପାତ୍ର ପୁରସ୍କାର ଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ଼ିଓସି ଗାଇଡ଼ ଜୟଶ୍ରୀ ପୋଢ଼,ଗାଇଡ଼ କ୍ୟାପଟେନ ବ୍ରାହ୍ମଣୀ ଦୀପ ଏବଂ ସ୍କାଉଟ ମାଷ୍ଟର ଶିବାଶିଷ ମହାପାତ୍ର,ବାସୁଦେବ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ l ସୂଚନାଯୋଗ୍ୟ ଯେ ଇନ୍ଦିରା ବାଳିକା ହାଇସ୍କୁଲ ଭଇଁଷାରେ ଜିଲ୍ଲା କେମ୍ପୋରୀ ହୋଇଥିଲା ଓ ଏହା ରାଜ୍ୟରେ ଶ୍ରେଷ୍ଠ ଭାବେ ମନୋନୀତ ହୋଇଥିଲା l ଜିଲ୍ଲାର ଏହି ଗୌରବମୟ ସଫଳତା ପଛରେ ବଲାଙ୍ଗୀର ଜିଲ୍ଲା ସ୍କାଉଟ ଓ ଗାଇଡ଼ର ଜିଲ୍ଲା ସମ୍ପାଦକ ପ୍ରଦୀପ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଏଡିଇଓ,ବିଇଓ,ପ୍ରଧାନ ଶିକ୍ଷକ ଓ ସମସ୍ତ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ରହିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...