ସୁବର୍ଣ୍ଣପୁର ,(୨୬/୧୧):ଆପ୍ର: ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମତଦାନ ସମ୍ପର୍କିତ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ବାଚନୀ ସାକ୍ଷରତା କ୍ଲବ୍ (Electoral Literacy Club) ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରବନ୍ଧ ରଚନା ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଦୁଇଟି ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି।
ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧ ରଚନା ଓ କୁଇଜ୍ ମାଧ୍ୟମରେ ସେମାନେ ନିଜର ସୃଜନଶୀଳତା, ଜ୍ଞାନ ଓ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କିତ ଦକ୍ଷତାର ପରିଚୟ ଦେଇଥିଲେ। କୁଇଜ୍ ପ୍ରତିଯୋଗିତାର ଶ୍ରେଷ୍ଠ ତିନିଜଣ ଅଧିକାର କରିଛନ୍ତି ସେମାନଙ୍କ ମଧ୍ୟରେ ପ୍ରଥମ – ବିରମହାରାଜପୁର ମହାବିଦ୍ୟାଳୟ ର ସତ୍ୟପ୍ରିୟ ବାରିକ, ଦ୍ୱିତୀୟ – ସିନ୍ଧୋଲ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଅନୀତା ବୁଡେକ , ତୃତୀୟ – ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଯାଜ୍ଞସିନି ମହାରଣା । ସେହିପରି ପ୍ରବନ୍ଧ ରଚନା ପ୍ରତିଯୋଗିତାର ଶ୍ରେଷ୍ଠ ତିନିଜଣ ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ – ଝାରବାହାଲି ଓଏଭି ର ଦେବାଶିଷ ପଧାନ , ମହାବିଦ୍ୟାଳୟ ର ରିତେଶ କୁମାର ରଥ , ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ର କୁନାଲ ସାହୁ ଉଭୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଶଜଣ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ କରାଯାଇଛି। ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ଦଶଜଣଙ୍କୁ ସେମାନଙ୍କ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ ମେଧା ପ୍ରମାଣପତ୍ର ପ୍ରଦାନ କରାଯିବ।
ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି, ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ଗଠନ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କୃତୀ ପ୍ରତିଯୋଗୀ ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଯାଇଛି।

