ବୋରିଗୁମ୍ମା,୨୫/୧୧ ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ବିଜାପୁର ଗ୍ରାମ ଠାରେ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ. ), କୋରାପୁଟ ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଓଜେୟୁର ଜିଲ୍ଲା ସଭାପତି ରବିନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିୟନ (ଆଇ.ଜେ.ୟୁ.) ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରବିଶଙ୍କର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଉପଦେଷ୍ଟା କେ. ସାକିଲି ଦୋରା ଅତିଥି ପରିଚୟ ପ୍ରଦାନ କରିଥିଲେ ।କୋଷାଧକ୍ଷ ସୁଶୀଳ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଉପଦେଷ୍ଟା ଦୟାନିଧି ପଟ୍ଟନାୟକ, ଉପସଭାପତି ତ୍ରିନାଥ ନାୟକ ଓ ସୁଜିତ କୁମାର ପଣ୍ଡା, ପ୍ରତାପ କୁମାର ହୋତା, ସୁକାନ୍ତ କୁମାର ମାଝି, ଟୁଟୁ ପଟ୍ଟନାୟକ, ଅନିଲ କୁମାର ପାତ୍ର ପ୍ରମୁଖ ନିଜ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।ମୂଖ୍ୟ ଅତିଥି ଭାବେ ଆଦିବାସୀ ଜାଗରଣ ମଞ୍ଚର ଜିଲ୍ଲା ସଭାପତି ତଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ କମଳୁ ଜାନୀ ଯୋଗ ଦେଇଥିଲେ ଓ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୋରିଗୁମ୍ମା ଥାନା ଏ.ଏସ୍.ଆଇ. ବସନ୍ତ କୁମାର ନାଗ ଓ ଚନ୍ଦନ ପ୍ରସାଦ ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ଗଣତନ୍ତ୍ରର ସଫଳତା ପାଇଁ ଚତୁର୍ଥ ସ୍ତମ୍ଭ ସହ ପୁଲିସ ପ୍ରଶାସନ ତଥା ଅନ୍ୟ ପ୍ରଶାସନିକ ବିଭାଗ ଗୁଡିକର ସନ୍ତୁଳିତ ସମନ୍ୱୟର ଆବଶ୍ୟକତା ସମ୍ପର୍କରେ ନିଜର ବିଚାରଧାରା ବ୍ୟକ୍ତ କରିଥିଲେ ।ସମ୍ପ୍ରତି ଜିଲ୍ଲାରେ ଚାଲିଥିବା ମଦ ବିରୋଧୀ ଆନ୍ଦୋଳନ ଓ ସେଥିରେ ସାମ୍ବାଦିକଙ୍କ ଭୂମିକା ଉପରେ ମୂଖ୍ୟ ଅତିଥି କମଳୁ ଜାନି ମାନସ ମନ୍ଥନ କରିଥିଲେ ।
ବୈପାରିଗୁଡ଼ା ବ୍ଲକର ୪ ଜଣ ନବାଗତ ସାମ୍ବାଦିକଙ୍କୁ ଓଜେୟୁର ସଭ୍ୟ ରୂପେ ସ୍ୱାଗତ କରାଯାଇଥିଲା ।ବିକ୍ରାନ୍ତ କୁମାର ବେବର୍ତ୍ତା,କାଳୀ ପ୍ରସାଦ ପଟ୍ଟନାୟକ, ରାଜେନ୍ଦ୍ର ମହାଙ୍କୁଡ ଓ ସନ୍ତୋଷ କୁମାର ଡାକୁଆ ପ୍ରମୁଖ ୪ ଜଣ ସାମ୍ବାଦିକଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ସନ୍ତୋଷ କୁମାର ପଟ୍ଟନାୟକ(ଟୁଟୁ ) ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିବାରୁ ଅତିଥିମାନଙ୍କ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।ଆସନ୍ତା ସମୟରେ ଓଜେୟୁର ରାଜ୍ଯ ସ୍ତରୀୟ ଓ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଗୁଡିକରେ କୋରାପୁଟ ଜିଲ୍ଲା କିପରି ସଫଳତାର ସହ ସକ୍ରିୟ ଅଂଶ ଗ୍ରହଣ କରିପାରିବ ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା ।

