Homeawareness୫୨ ଜଣ ବରିଷ୍ଠ ନାଗରିକଙ୍କ ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରା ଆରମ୍ଭ

୫୨ ଜଣ ବରିଷ୍ଠ ନାଗରିକଙ୍କ ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରା ଆରମ୍ଭ

ସୁବର୍ଣ୍ଣପୁର ,(୨୬/୧୧):ଆପ୍ର: ରାଜ୍ୟ ସରକାରଙ୍କ ଅଷ୍ଟମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଏହି ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକ ଆଜି ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଜିଲ୍ଲା ସଂସ୍କୃତି ଭବନଠାରୁ ଦୁଇଟି ବସ୍ ଯୋଗେ ଯାତ୍ରା କରିଥିବା ତୀର୍ଥଯାତ୍ରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅନିରୁଦ୍ଧ ପଧାନ ଏବଂ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।WhatsApp Image 2026 11 27 at 9.39.40 AM

ତୀର୍ଥଯାତ୍ରୀମାନେ ଆଜି ସମ୍ବଲପୁରରେ ପହଞ୍ଚି ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ସମ୍ବଲପୁର ରେଳ ଷ୍ଟେସନରୁ ଅଷ୍ଟମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିବେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଅନୁଗୁଳ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୮ଟି ଜିଲ୍ଲାର ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି। ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ।

ଏହି ଜିଲ୍ଲାରୁ ଯାତ୍ରା କରୁଥିବା ୫୨ ଜଣଙ୍କ ମଧ୍ୟରେ ୩୨ ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି। ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଯତ୍ନ ଓ ସୁବିଧା ପାଇଁ ଦୁଇ ଜଣ ଏସକର୍ଟ ଅଧିକାରୀ ସହଦେଵ ମେହେର ଏବଂ ବିଶ୍ୱ ପ୍ରତାପ ସେଠ ଙ୍କୁ ନିୟୋଜିତ କରାଯାଇଛି। ଯାତ୍ରା ପୂର୍ବରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଟ୍ରେନରେ ଡାକ୍ତରୀ ଦଳ ମଧ୍ୟ ରହିବେ। ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକୀୟ ସାମଗ୍ରୀ ସହିତ ଏକ କିଟ୍ ପ୍ରଦାନ କରାଯିବ। ଯାତ୍ରା ପୂର୍ବରୁ ସଂସ୍କୃତି ଭବନଠାରେ ତୀର୍ଥଯାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଯାତ୍ରାର ସମସ୍ତ ବ୍ୟବସ୍ଥା ସହ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦାୟିତ୍ୱ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ବାହ କରାଯାଉଛି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାଜେଶ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ , ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments