Homeculturalବଞ୍ଜିପାଲି ଠାରେ ନିମ୍ବାର୍କ ଜୟନ୍ତୀ ପାଳିତ

ବଞ୍ଜିପାଲି ଠାରେ ନିମ୍ବାର୍କ ଜୟନ୍ତୀ ପାଳିତ

ସୁବର୍ଣପୁର ,(୨୫/୧୧): ସୁବର୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଞ୍ଜିପାଲି ନିମ୍ବର୍କ ନଗରୀ ଠାରେ ନିମ୍ବାର୍କ ଜୟନ୍ତୀ ମହା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ବଂଶୀଧରଜି ମହାରାଜଙ୍କ ତତ୍ୱାବଧାନାରେ ଏବଂ ଗ୍ରାମବାସୀ ଓ କେନ୍ଦ୍ରୀୟ କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ହଜାର ହଜାର ଭକ୍ତ ଯୋଗଦେଇଥିଲେ l ପ୍ରାରମ୍ଭରେ କଳଶ ଶୋଭାଯାତ୍ରା କରାଯାଇ ସ୍ଥାପନ କରଯାଇଥିଲା l474d75d8 bd25 4b79 8fe5 7630ceca7f84WhatsApp Image 2026 11 25 at 7.20.39 PM

ଆଜି ସକାଳୁ ଯଂଜ୍ଞ ଆରମ୍ଭ ପରେ ଅଭ୍ୟର୍ଥନା ତଥା ଗୁରୁଦେବଜିଙ୍କ ନଗର ପରିକ୍ରମା, ଗୁରିପୂଜନ ଉତ୍ସଵ ଅନୁଷ୍ଠିତ ହୋଇ ଥିଲା l ପରେ ସାମୁହିକ ଗୋପାଳ ସହସ୍ର ନାମ ଓ ହଂସ ଗୀତା ପଠନ କରାଯାଇଥିଲା l ଏହି ଅବସରରେ ଦେବଙ୍କର ପାରମ୍ପରିକ ଦିବ୍ୟ ଅମୃତାବାଣୀ ଶ୍ରବଣ ପରେ ବାର୍ଷିକ ବିବରଣୀ ପଠନ, ତଦନ୍ତେ ଆରତୀ, ପୁଷ୍ପାଞ୍ଜଳି ଅର୍ପଣ ପରେ ଶାନ୍ତି ପାଠ କରାଯାଇ ଉଦଯାପନ କରାଯାଇଥିଲା l ଏହି ମହୋତ୍ସବରେ ୫ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments