HomeBlogସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ : କିନ୍ତୁ ଅଧିକାଂଶ ଚାଷୀଙ୍କ...

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ : କିନ୍ତୁ ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଳରେ ତୀବ୍ର ଅସନ୍ତୋଷ

ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ,(୨୨/୦୫)ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା ପେସ୍କ୍ (ପ୍ରାଥମିକ କୃଷି ସେବା ସମବାୟ ସମିତି) ରେ ଚଳିତ ରବି (ଡାଲୁଅ) ର ଧାନ କିଣା ଆରମ୍ଭ ହୋଇଛି l ସମ୍ପାଦକ ରବିନାରାୟଣ ଥନାପତି ଙ୍କ ସଭାପତିତ୍ତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଏହାକୁ ଉଦଘାଟନ କରିଥିଲେ lWhatsApp Image 2026 05 23 at 7.20.02 AM

ଏଥିରେ ସମ୍ମାନିତ ଅତିଥି ଭାବେ ଚିଫ୍ ସିଏସଓ ନିରଜ୍ ରଞ୍ଜନ ଦାଶ , ଡିଆରସିଏସ ଭବାନୀ ଶଙ୍କର ଦାଶ , ଆରଏମସି ସମ୍ପାଦକ ଅବକାଶ ବେହେରା ,ସି ଏସ ଓ କେଦାରନାଥ ନାୟକ, ଏସିଏସଓ ରେବତୀ ସିଂ ନାଏକ, ଯୋଗାଣ ଅଧିକାରୀ ପ୍ରମୋଦ ପଣ୍ଡା, ପେସ୍କ ସଭାପତି ଚତୁର୍ଭୁଜ ଥନାପତି, ସରପଞ୍ଚ ବୃନ୍ଦାବତୀ ନାଏକ , ଭୀମ ସେନ ସିଂଦେଓ, ଡିଓଏଲପିସି ସଭ୍ୟା ଶିବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଆଜି ପ୍ରଥମ ଦିନରେ ୨ ଜଣ ଚାଷୀ ଙ୍କ ଠାରୁ ୧୧୧ କୁଇଣ୍ଟାଳ ୧୪ କେଜି ଧାନ କିଣି ପାର୍ବତୀ ଓ ବ୍ରଜଭୂମୀ ରାଇସ ମିଲ କୁ ପଠା ଯାଇଥିଲା l ଏଥିରେ ସମସ୍ତ ପେସ୍କ ସମ୍ପାଦକ ଓ କର୍ମଚାରୀ ସହଯୋଗ କରିଥିଲେ l ଅପରେ ପକ୍ଷରେ ଏହି ଜିଲ୍ଲାର ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ମାନଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଟୋକନ ପଠାଇବା ଦାୟିତ୍ଵ ରାଜ୍ୟ ସରକାରଙ୍କ ହାତରେ ରହିଛି । ଯାହା ଫଳରେ ଚାଷୀ କିଛି କରି ପାରୁ ନାହିଁ। ରବି ଋତୁ ରେ ଧାନ କିଣା ଅବଧି ତଥା କମ ଦିନ ରହୁ ଥିବାରୁ ଶୀଘ୍ର ଟୋକନ ପଠାଇବାକୁ ଦାବୀ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments