Homelocalବୀରମହାରାଜପୁର ଠାରେ ବରିଷ୍ଟ ନାଗରିକ ସଂଗଠନ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ବୀରମହାରାଜପୁର ଠାରେ ବରିଷ୍ଟ ନାଗରିକ ସଂଗଠନ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ସୁବର୍ଣ୍ଣପୁର, (୨୬/୧୧):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ସଂଘର ସଭାପତି ଦୟାନିଧି ହୋତା ସଭାପତିତ୍ଵ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ଓକିଲ ସଂଘର ସଭାପତି ଛବିଳ କର୍ଣ୍ଣ, ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ପୂର୍ବତନ ସଭାପତି ଡ: ପ୍ରଫୁଲ୍ଲ ରଥ ଯୋଗ ଦେଇଥିଲେ।WhatsApp Image 2026 11 27 at 9.41.49 AM

ସଂଘର ସଂପାଦକ ଡ.ଦ୍ୱିତୀକୃଷ୍ଣ ପଣ୍ଡା ସଭା ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।ବୈଠକରେ ଅତିଥି ମାନେ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ, ନାଗରିକର ଅଧିକାର, କର୍ତ୍ତବ୍ୟ, ସମ୍ବିଧାନର ମୂଲ୍ୟବୋଧ,ଧାରା ଓ ପରିଶିଷ୍ଟ ସଂପର୍କରେ ଆଲୋକପାତ୍ କରିଥିଲେ। ଜ୍ଞାନେନ୍ଦ୍ର ତ୍ରିପାଠୀ,ସତ୍ୟ ନାରାୟଣ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଶ୍ୟାମସୁନ୍ଦର ସେଠି,ଚମରା ମହାକୁର,ସୁରୁ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ବଳରାମ କାଣ୍ଡ, ସୌମିତ୍ରୀ ମେହେର,ନିରାପଦ ମାଇତି, କୃଷ୍ଣଚନ୍ଦ୍ର ମଲ୍ଲିକ,ଉମେଶ ପ୍ରଧାନ,ଶିବ ଖମାରୀ, ରତ୍ନାକର ମହାକୁର, ତ୍ରିନାଥ ମିଶ୍ର, ପଦ୍ମନାଭ ଦାଶ, ନାରାୟଣ ନାୟକ ଓ ଅନେକ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments