HomeBlogଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ତରଫରୁ ଜିଲ୍ଲାସ୍ତରୀୟ ଷ୍ଟାର୍ଟଅପ୍ ସଚେତନତା ଓ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ...

ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ତରଫରୁ ଜିଲ୍ଲାସ୍ତରୀୟ ଷ୍ଟାର୍ଟଅପ୍ ସଚେତନତା ଓ ନବସୃଜନ ଆହ୍ୱାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା, (୧୩/୧୧) : ଆପ୍ର : ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ଦ୍ୱାରା ଏକ ଷ୍ଟାର୍ଟଅପ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 11 14 at 09.36.57 1

“ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ” ଅଭିଯାନର ଅଂଶବିଶେଷ ସ୍ୱରୂପ ଗତ ମାସ ତା.୦୯.୧୦.୨୦୨୬ ଠାରୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା – ଗୁଣୁପୁରସ୍ଥିତ ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟ, ରାୟଗଡ଼ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ମୋଟ ୨୦ଟି (କୋଡ଼ିଏଟି) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଗତକାଲି ଗୁଣୁପୁରଠାରେ ପ୍ରଥମ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଦ୍ୱିତୀୟ ତଥା ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଶିଳ୍ପୋଦ୍ୟୋଗୀ, ଶିଳ୍ପ ସଂଘର ନେତୃବୃନ୍ଦ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଅଂଶଗ୍ରହଣରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 11 14 at 09.36.58

ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାକୁ ଗୁଣୁପୁର ବିଧାୟକ ମାନ୍ୟବର ଶ୍ରୀ ସତ୍ୟଜିତ୍ ଗମାଙ୍ଗ ଉଦ୍‌ଘାଟନ କରିଥିଲେ । କୋରାପୁଟ ସାଂସଦ ଓ ବିଷମକଟକ ବିଧାୟକଙ୍କ ସ୍ଥାନୀୟ ପ୍ରତିନିଧି ଶ୍ରୀ ଦୁର୍ଗାପ୍ରସାଦ ପଣ୍ଡା, ରାୟଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀ ସଙ୍କର୍ଷଣ ମଙ୍ଗରାଜ, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓର ଉପନିର୍ଦ୍ଦେଶକ ଶ୍ରୀ ଏମ୍. କୋଟି ରତ୍ନମ୍, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ. ଚନ୍ଦ୍ରଶେଖର ପାତ୍ର, ଅବସରପ୍ରାପ୍ତ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ଚାକିରି ପଛରେ ନ ଧାଇଁ ଡିଆଇସି ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର ସୁଯୋଗ ନେଇ ସ୍ୱାବଲମ୍ବୀ ହେବା ସହିତ ନବସୃଜନାତ୍ମକ ପ୍ରକଳ୍ପ ସ୍ଥାପନ ପାଇଁ ଆହ୍ୱାନ ଦେଇଥିଲେ ।

ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ ଷ୍ଟାର୍ଟଅପ୍ ବିଷୟରେ ବିଶଦ ଧାରଣା ପ୍ରଦାନ କରିଥିଲେ । ପରିଶେଷରେ ଜି.ଆଇ.ଇ.ଟି. ବିଶ୍ୱବିଦ୍ୟାଳୟର ଷ୍ଟାର୍ଟଅପ୍ ବିଶେଷଜ୍ଞ ଡ. ସୁଦୀପ୍ତ ମାଇତୀ ନବସୃଜନ ଧାରଣା ଅନଲାଇନରେ ଦାଖଲ କରିବାର ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସହକାରୀ ଶିଳ୍ପ ଅଧିକାରୀଗଣ ଶ୍ରୀମତୀ ହର୍ଷା ସାରଥି, ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ସୁରଜ କଣ୍ଡୁଳନା, ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଶ୍ରୀ ଦୀପକ ହାଁସଦା, ଶ୍ରୀ ସୁବ୍ରତ ପଟ୍ଟନାୟକ, ବରିଷ୍ଠ ସହାୟକ ଶ୍ରୀ ସୌମିତ୍ର ପଟ୍ଟନାୟକ, ଦୀପା ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା ଏବଂ ଡି.ଆର୍.ପି. ଶ୍ରୀ ସୁମିତ ପ୍ରଧାନ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments