Homelocalବିଶ୍ୱ ORS ଦିବସ-୨୦୨୬ ଅବସରରେ ସଚେତନତା କାର୍ଯ୍ୟକ୍ରମ

ବିଶ୍ୱ ORS ଦିବସ-୨୦୨୬ ଅବସରରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡା, (୨୯/୦୭) : ଆପ୍ର : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ (CUTM), ରାୟଗଡ଼ା କ୍ୟାମ୍ପସର ସ୍କୁଲ୍ ଅଫ୍ ନର୍ସିଂର ପ୍ରଥମ ବର୍ଷ GNM ଛାତ୍ରଛାତ୍ରୀମାନେ ଅଧ୍ୟାପକ/ଅଧ୍ୟାପିକାଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ରାୟଗଡ଼ାରେ ବିଶ୍ୱ ORS ଦିବସ ପାଳନ କରିଥିଲେ ।

ଚଳିତ ବର୍ଷର ବିଷୟବସ୍ତୁ ସମସ୍ତଙ୍କ ପାଇଁ ORS: ଜଳଶୂନ୍ୟତାକୁ ରୋକନ୍ତୁ, ଜୀବନ ବଞ୍ଚାନ୍ତୁ କୁ ଆଧାର କରି ଛାତ୍ରଛାତ୍ରୀମାନେ ରୋଗୀ ଓ ସେମାନଙ୍କ ସହଯୋଗୀମାନଙ୍କୁ ଡାଇରିଆ ଜନିତ ଜଳଶୂନ୍ୟତାରୁ ସୁରକ୍ଷା ପାଇଁ ସଚେତନ କରିଥିଲେ। ଆକର୍ଷଣୀୟ ପୋଷ୍ଟର, ସଚେତନତାମୂଳକ ଆଲୋଚନା ଏବଂ ପଦକ୍ଷେପ ଭିତ୍ତିକ ସଜୀବ ପ୍ରଦର୍ଶନ ମାଧ୍ୟମରେ ସେମାନେ ORS ପ୍ୟାକେଟରୁ ସଠିକ୍ ଭାବରେ ORS ପ୍ରସ୍ତୁତ କରିବା ସହ ଘରୋଇ ଉପକରଣ ବ୍ୟବହାର କରି ORS କିପରି ତିଆରି କରାଯାଏ ତାହା ବୁଝାଇଥିଲେ । ସଚେତନତାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ହସ୍ପିଟାଲରେ ଥିବା ରୋଗୀ ଓ ସେମାନଙ୍କ ସହଯୋଗୀମାନଙ୍କୁ ORS ପ୍ୟାକେଟ ଏବଂ ପ୍ରସ୍ତୁତ ORS ପାନୀୟ ବଣ୍ଟନ କରିଥିଲେ ।

ଏହା ସହିତ ଶିଶୁମାନଙ୍କ ପାଇଁ କେବଳ ମା’ କ୍ଷୀର ପାନର ଗୁରୁତ୍ୱ, ଜିଙ୍କ ଔଷଧର ବ୍ୟବହାର, ନିରାପଦ ପାନୀୟ ଜଳ, ହାତର ସ୍ୱଚ୍ଛତା ରକ୍ଷା ଏବଂ ଜଳଶୂନ୍ୟତାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମୁଦାୟ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ଡାଇରିଆ ଜନିତ ଜଳଶୂନ୍ୟତା ପ୍ରତିରୋଧ ପାଇଁ ORS ବ୍ୟବହାରର ଗୁରୁତ୍ୱ ସଫଳତାର ସହ ପ୍ରଚାର କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments