Homelocalକମ୍ରେଡ଼ ଚାରୁ ମଜୁମଦାରଙ୍କ ୫୪ ତମ ଶହୀଦ ଦିବସ ପାଳିତ

କମ୍ରେଡ଼ ଚାରୁ ମଜୁମଦାରଙ୍କ ୫୪ ତମ ଶହୀଦ ଦିବସ ପାଳିତ

ଗୁଣପୁର//କୋଲନରା, (୨୮/୭) :ଆପ୍ର : ଆଜି ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗାଁ’ରେ ଶହୀଦ ଦିବସ ପାଳନ କରିବା ସହ ଚାରୁ ମଜୁମଦାରଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ସହ ଶହଶହ ଆଦିବାସୀଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇଛି ।WhatsApp Image 2026 07 28 at 16.56.58 1

ଚାରୁମଜୁମଦାର କଲିକତା ଦାର୍ଜିଲିଙ୍ଗ ଜିଲ୍ଲାର ସିଲିଗୁଡି ସହରରେ ୧୨ ମାର୍ଚ୍ଚ ୧୯୧୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୨ ମସିହା ଜୁଲାଇ ୨୮ ତାରିଖ ଦିନ ଚାରୁ ମଜୁମଦାରଙ୍କୁ କଲିକତା ଲାଲ ବଜାର ଥାନାରେ ସରକାର ହତ୍ଯା କରିଥିଲେ । ଏଥି ପୁର୍ବରୁ ସିଲିଗୁଡି ନିକଟ ନକସଲବାଡି ର ଗୋଟିଏ ଗାଁ’ରେ ପ୍ରଥମେ କୃଷକ ଆନ୍ଦୋଳନ କରିବା ପରେ, ସାରା ଦେଶରେ ଏହି କୃଷକ ଆନ୍ଦୋଳନ ବ୍ୟାପିଥିଲା ।

ବର୍ତ୍ତମାନ ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଆଦିବାସୀ ମାନଙ୍କ ଅଞ୍ଚଳରେ ରହିଥିବା ଜମି ଅଣଆଦିବାସୀ ମାନେ ବେଆଇନ ଭାବେ ଠକି ନେଉଛନ୍ତି । କାଶିପୁର ଅଞ୍ଚଳରେ ଯୁଗ ଯୁଗ ରୁ ଆଦିବାସୀ ଦଖଲ କରିଆସୁଥିବା ଜମି କୁ ସରକାର ଲୁଟ କରିବା ପାଇଁ ଦମନ ଓ ମିଥ୍ଯା କେସ କରୁଛନ୍ତି l ଆଦିବାସୀ ମାନଙ୍କୁ ସମ୍ବିଧାନର ୫ ଅନୁସୁଚୀ ପେସା ଆଇନ୍ ରେ ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଛଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି ଓ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି । ଆଦିବାସୀ ମାନଙ୍କ ସାମ୍ବିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି ।WhatsApp Image 2026 07 28 at 16.56.58 2

୨୦୦୬ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ । ସରକାର ଆଦିବାସୀଙ୍କ ଦୁଃଖ ନଜାଣି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି ଏବଂ ଆଦିବାସୀ ମାନଙ୍କ ଦଖଲରେ ଥିବା ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗୁଛନ୍ତି । ଏଥିପାଇଁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ସି ପି ଆଇ (ଏମଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନିରୁଦ୍ଧ ନିଶିକା (ପୂର୍ବତନ ସରପଞ୍ଚ), ସିମାଦ୍ରି ପାତିକା, ମୁରଲି ମୁଟୁକା, ବୁଡୁ ତୋଇକା, ତୁଳସୀ କୁମ୍ଭୁରିକା, ମୋହନ ପାତିକା, ଶିବ ହାରାକା, ସେଞ୍ଚିଆମା କଣ୍ଡାଗରି, ମୋହନ ନିଶିକା, ଗୁଣ୍ଡୁ ତୋଇକା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments