Homelocalଆମ୍ଭ ମାନଙ୍କ ପ୍ରତି ଦୟାକର : ରାୟଗଡା ଭିନ୍ନକ୍ଷମ ମହାସଂଘ

ଆମ୍ଭ ମାନଙ୍କ ପ୍ରତି ଦୟାକର : ରାୟଗଡା ଭିନ୍ନକ୍ଷମ ମହାସଂଘ

ରାୟଗଡା, (୧୮/୦୭) : ଆପ୍ର : ଆମ୍ଭ ମାନଙ୍କ ପ୍ରତି ମଧ୍ୟ ଦୟାକର।,ଆମ୍ଭେମାନେ ମଧ୍ୟ ଜଗନ୍ନାଥଙ୍କୁ ଦେଖିବାକୁ ଚାହୁଁ । କିନ୍ତୁ,ମନ୍ଦିର ଉପରକୁ ଯିବା ପାଇଁ କିଛି ବ୍ୟବସ୍ଥା ନ ଥିବାରୁ ତଳେ ଥାଇ ଏହିଭଳି ଗୁହାରି କରୁଛନ୍ତି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ।ମାନଙ୍କ

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମହା ଆଡମ୍ବରରେ ରଥଯାତ୍ରା ପାଳନ କରାହେଇଛି । କିନ୍ତୁ, ଏଥି ସହିତ ନବଦିନ ବ୍ୟାପି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା । ସମସ୍ତଙ୍କ ମନେ ହୁଏ ଆଡ଼ପ ମଣ୍ଡପରେ ଟିକେ ଜଗା ବଳିଆ ଓ ସୁଭଦ୍ରା ଦର୍ଶନ କରି ଜୀବନ ଧନ୍ୟ ମନେ କରିବି । ଏହି ଚିନ୍ତା ଚିନ୍ତାରେ ରହି ଯାଉଛି ଭିନ୍ନକ୍ଷମ ଭାଇ ଭଉଣୀ ଓ ବରିଷ୍ଠ ନାଗରିକ ମାନଙ୍କର । କାରଣ ମନ୍ଦିର ଉପରକୁ ଯିବା ପାଇଁ ପାହାଚ ବ୍ୟତିତ ଅନ୍ୟ କୌଣସି ଉପାୟ ନାହିଁ ।

ଦିବ୍ୟାଙ୍ଗ ଭାଇ ଭଉଣୀ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରେମ୍ପ, କିମ୍ୱା ହ୍ୱିଲ ଚେୟାର କିମ୍ବା କୌଣସି ସେବାଦଳ ନାହାଁନ୍ତି ଦର୍ଶନ କରାଇବା ପାଇଁ । ଏହି ବାବଦରେ ଜିଲ୍ଲା ପ୍ରଶାସନ ତଥା ଦେବତ୍ତରୋ ଵିଭାଗଙ୍କୁ ବାରମ୍ବାର ଅଭିଯୋଗ କରଯାଇଛି ବୋଲି କହିଛନ୍ତି ଭିନ୍ନକ୍ଷମ ମହାସଂଘ ସମ୍ପାଦକ ଅମରେନ୍ଦ୍ର ନାଥ ଓ ସଭାପତି ଶିଶିର ରାଉଳ । ବର୍ତ୍ତମାନ ସୁଦ୍ଧା କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଉଦବେଗ ପ୍ରକାଶ କରିବା ସହ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ଆସନ୍ତା ବର୍ଷ ହେଲେ ଏହି ବିଷୟରେ ଗମ୍ଭୀରତାର ସହ ବିଚାର କରନ୍ତୁ ବୋଲି ସାଧାରଣ ଦାବି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments