Homelocalପାର୍ଶ୍ୱବର୍ତ୍ତୀ ଗ୍ରାମର ନିଯୁକ୍ତିପ୍ରାପ୍ତ ଯୁବକଙ୍କୁ ୟୁଏଆଇଏଲ୍‌ର ସମ୍ବର୍ଦ୍ଧନା

ପାର୍ଶ୍ୱବର୍ତ୍ତୀ ଗ୍ରାମର ନିଯୁକ୍ତିପ୍ରାପ୍ତ ଯୁବକଙ୍କୁ ୟୁଏଆଇଏଲ୍‌ର ସମ୍ବର୍ଦ୍ଧନା

ରାୟଗଡ଼ା, (୨୯/୭) : ଆପ୍ର : ଉତ୍କଳ ଆଲୁମିନା, (ୟୁଏଆଇଏଲ୍‌) ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ପାରିପାର୍ଶ୍ୱିକ ଗ୍ରାମର ନଅଜଣ ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।WhatsApp Image 2026 07 29 at 17.39.32

ସେମାନେ ବେଙ୍ଗାଲୁରୁ ସ୍ଥିତ ଅଗ୍ରଣୀ ଗୃହ ଉପକରଣ ଓ ପ୍ରିସିଜନ୍‌ ଇଞ୍ଜିନିୟରିଂ ଉପାଦାନ ନିର୍ମାତା ସଂସ୍ଥା ଆଇଏଫ୍‌ବି (IFB) ରେ ୱେଲ୍ଡର ଟେକ୍ନିସିଆନ୍‌ ଭାବେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପ୍ରାପ୍ତ ଯୁବକମାନଙ୍କ ମଧ୍ୟରେ ବାଗ୍ରିଝୋଲା ଗ୍ରାମର ୬ ଜଣ ଏବଂ ସନାମାଟିକଣା, ପିଣ୍ଡକାପଦର ଓ ବଦଲିଝରଣ ଗ୍ରାମର ଜଣେ ଲେଖାଏଁ ଯୁବକ ଥିବା ବେଳେ ସେମାନେ ୟୁଏଆଇଏଲ୍‌ର ସିଏସ୍‌ଆର୍‌ ଅନ୍ତର୍ଗତ କୌଶଳ ପ୍ରକଳ୍ପ ଅଧୀନରେ ରାୟଗଡ଼ା ସ୍ଥିତ ଆଦିତ୍ୟ ବିର୍ଲା ସ୍କିଲ୍‌ ସେଣ୍ଟର (ଏବିଏସ୍‌ସି)ରେ ତିନି ମାସିଆ ୱେଲ୍ଡିଂ ପ୍ରଶିକ୍ଷଣ ସମାପ୍ତ କରିଥିଲେ । ଏହି ପ୍ରକଳ୍ପ ସ୍ଥାନୀୟ ଯୁବକମାନଙ୍କର ନିଯୁକ୍ତି ଯୋଗ୍ୟତା ବୃଦ୍ଧି ସହ ସେମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିଛି ।WhatsApp Image 2026 07 29 at 17.39.32 1

ପ୍ରଶିକ୍ଷଣ ପାଇଁ ପ୍ରାର୍ଥୀମାନଙ୍କୁ ଚିହ୍ନଟ, ସଚେତନ ଓ ପ୍ରୋତ୍ସାହିତ କରିବାରେ ୟୁଏଆଇଏଲ୍‌ର ସିଏସ୍‌ଆର୍‌ ଟିମ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏଥିସହ ପ୍ରଶିକ୍ଷଣ ଅବଧିରେ ସେମାନଙ୍କର ଯାତାୟାତ ଓ ଖାଦ୍ୟ ବ୍ୟୟ ମଧ୍ୟ ୟୁଏଆଇଏଲ୍ ପକ୍ଷରୁ ବହନ କରାଯାଇଥିଲା । ଏହି ଅବସରରେ ନିଯୁକ୍ତି ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ୟୁଏଆଇଏଲ୍‌ର ସିଏସ୍‌ଆର୍‌ ମୁଖ୍ୟ ଲୋପାମୁଦ୍ରା ମିଶ୍ର କହିଥିଲେ ଯେ, ସ୍ଥାନୀୟ ସମୁଦାୟର ସାମଗ୍ରିକ ବିକାଶ ପାଇଁ ୟୁଏଆଇଏଲ୍ ଦକ୍ଷତା ବିକାଶ, ଜୀବିକା ସୃଷ୍ଟି, ମହିଳା ସଶକ୍ତୀକରଣ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏହା ମାଧ୍ୟମରେ ଅଞ୍ଚଳର ସମନ୍ୱିତ ଓ ନିରନ୍ତର ବିକାଶ ସୁନିଶ୍ଚିତ କରାଯାଉଛି ।

ହାଡ଼ିଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଯଦୁମଣି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିଯୁକ୍ତିପ୍ରାପ୍ତ ଯୁବକମାନଙ୍କର ଅଭିଭାବକ, ଏବିଏସ୍‌ସିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ୟୁଏଆଇଏଲ୍‌ ପ୍ଲାଣ୍ଟର ସିଏସ୍‌ଆର୍‌ ଡିଏଚ୍‌ ଦିଗନ୍ତ ମହାନ୍ତି, ସୁଧୀର ନାୟକ ଓ ଅନ୍ୟାନ୍ୟ ସିଏସ୍‌ଆର୍‌ ଅଧିକାରୀମାନେ ନବନିଯୁକ୍ତ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସମସ୍ତ ନୂତନ କାର୍ଯ୍ୟସ୍ଥଳକୁ ଯୋଗଦେବା ପୂର୍ବରୁ ସେମାନଙ୍କୁ ୟୁଟିଲିଟି କିଟ୍‌ ମଧ୍ୟ ବଣ୍ଟନ କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments