ପୁରୀ, (୦୯/୧୧) : ଆପ୍ର : ବଡ଼ ବଡୁଆ ହୋ .. ଅନ୍ଧାରେ ଆସି ଆଲୁଅରେ ଯାଅ ,ଧ୍ୱନି ରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।
ଆଶ୍ୱିନ ପିତୃପକ୍ଷ ରେ ଆବାହନ କରାଯାଇଥିବା ପିତୃପୁରୁଷଙ୍କୁ, ଦୀପାବଳି ଅମାବାସ୍ୟାରେ ଦୀପଦାନ ପୟାଶ୍ରାଦ୍ଧ ଦିଆଯାଏ । ଆଲୋକବର୍ତ୍ତିକା ଦେଖାଇ ପିତୃପୁରୁଷଙ୍କୁ ମର୍ତ୍ତ୍ୟଲୋକରୁ ବିଦାୟ ଦିଆଯାଉଛି । ଶ୍ରୀମନ୍ଦିର ନିକଟ ଏମାର ମଠ ଚକଡା଼ରେ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା ପୋଲିସ ପକ୍ଷରୁ ୮ ତାରିଖ ଓ ୯ ତାରିଖ ,ଦୁଇ ଦିନ ଧରି ଶ୍ରଦ୍ଧାଳୁ ଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ମୁତୟନ ହୋଇଛନ୍ତି ୬ ପ୍ଲାଟୁନ୍ ଫୋର୍ସ । ନୂଆ ଗାଇଡଲାଇନ୍ ଅନୁଯାୟୀ ଦୀପାବଳିରେ ସନ୍ଧ୍ୟା ୭ ରୁ ରାତି ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି । ୯ ତାରିଖରେ ଶ୍ରୀମନ୍ଦିରରେ ହେବ ଅମାବାସ୍ୟାର ସାଗର ବିଜେ ନୀତି । କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଓ ବଡବଡୁଆ ଡାକ ପାଇଁ , ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । କାଉଁ ରିଆ କାଠି ଜାଳି ଓ ଦୀପଦାନ ଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ବିଦାୟ ଦେଉଛନ୍ତି ପରିଜନ ।

