Homelocalପୋଲିସ କର୍ମଚାରୀଙ୍କୁ ମିଠା ଦେଇ ଦୀପାବଳି ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର

ପୋଲିସ କର୍ମଚାରୀଙ୍କୁ ମିଠା ଦେଇ ଦୀପାବଳି ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର

ଭୁବନେଶ୍ୱର, (୦୯/୧୧) : ଆପ୍ର : ଦୀପାବଳି ଆସିଲେ ସବୁଠି ଖୁସିର ମାହୋଲ । ଘରେ ଘରେ ଜଳେ ଦୀପ, ପରିବାର ସହ ଖୁସି ବାଣ୍ଟନ୍ତି ସମସ୍ତେ ।

ହେଲେ ଏହି ଖୁସିର ମୁହୂର୍ତ୍ତରେ ବି ନିଜ ପରିବାରଠାରୁ ଦୂରରେ ରହି ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ରହନ୍ତି ପୋଲିସ କର୍ମଚାରୀ । ଲୋକଙ୍କ ମୁହଁରେ ହସ ଓ ସୁରକ୍ଷିତ ଦୀପାବଳି ସୁନିଶ୍ଚିତ କରିବା ହିଁ ସେମାନଙ୍କ ପ୍ରଥମ ଦାୟିତ୍ୱ। ଏମିତି କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଦୀପାବଳିର ଖୁସି ବାଣ୍ଟିଛନ୍ତି ପୋଲିସ କମିଶନର ଡା. ଏସ୍. ଦେବ ଦତ୍ତ ସିଂହ । ଏଜି ଛକ ଓ ଟ୍ରାଫିକ୍ ଥାନାରେ ପୋଲିସ କର୍ମଚାରୀଙ୍କୁ ମିଠା ଦେଇ ଦୀପାବଳି ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ଉତ୍ସବର ଖୁସି ବାଣ୍ଟିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments