ଆନନ୍ଦପୁର, (୦୯/୧୧) : ଆପ୍ର : ଦୀପାବଳିରେ ଲିଭିଗଲା ଜୀବନ ଦୀପ । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ରଘୁନାଥପୁର କେନାଲ ନିକଟରେ ଓଲଟିଲା ସିମେଣ୍ଟ ବୋଝେଇ ପିକଅପ ଭ୍ୟାନ୍ ।
ଜଣେ ଯୁବକ ମୃତ । ସିମେଣ୍ଟ ଅନଲୋଡ଼ କରିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର । କେନାଲ କାମ ପାଇଁ ସିମେଣ୍ଟ ଯାଉଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟିପଡିଥିଲା । ମୃତକ ହେଲେ ନାରଙ୍ଗପୁରର ଯୁବକ ସାଗର ଦଳେଇ । ଦୁର୍ଘଟଣାରେ ଯୁବକ ଜଣକ ଗାଡି ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୀପାବଳି ପର୍ବରେ ଏଭଳି ଏକ ଅଘଟଣ କୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

