Homebreaking newsଗଞ୍ଜାମରେ ଚାଞ୍ଚଲ୍ୟ, ଘର କାନ୍ଥକୁ ନେଇ ପଡ଼ୋଶୀଙ୍କୁ ହତ୍ୟା

ଗଞ୍ଜାମରେ ଚାଞ୍ଚଲ୍ୟ, ଘର କାନ୍ଥକୁ ନେଇ ପଡ଼ୋଶୀଙ୍କୁ ହତ୍ୟା

ବ୍ରହ୍ମପୁର, (୨୧/୧୦) : ଆପ୍ର : ପଡ଼ୋଶୀକୁ ପିଟିପିଟି ହତ୍ୟା । ଗାଁ ଦାଣ୍ଡରେ ପଡ଼ୋଶୀକୁ ପିଟି ପିଟି ହତ୍ୟା କଲା ପଡ଼ୋଶୀ ।

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରିରେ ଦୁଇ ପଡୋଶୀଙ୍କ ମଧ୍ୟରେ ଘର କାନ୍ଥକୁ ନେଇ ହିଂସାକାଣ୍ଡ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପଡୋଶୀର ଆକ୍ରମଣରେ ପଡୋଶୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଦର୍ଶନ ବେହେରା । କାନ୍ଥକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ପାଟପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ଅଭିଯୁକ୍ତ ପଡ଼ୋଶୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘର କାନ୍ଥକୁ ନେଇ ଦୀର୍ଘଦିନର ବିବାଦ କିପରି ଏଭଳି ହିଂସାତ୍ମକ ଘଟଣାର ରୂପ ନେଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments