Homeaccidentମର୍ମନ୍ତୁଦ ଦୁର୍ଘଟଣା, ଟାଟା ଏସି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ମର୍ମନ୍ତୁଦ ଦୁର୍ଘଟଣା, ଟାଟା ଏସି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (୨୧/୧୦) : ଆପ୍ର : ସୁବର୍ଣ୍ଣପୁର ଖଲିଆପାଲି-ଲଛିପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଆରୋହୀଙ୍କ ମୃତ୍ୟୁ, ଧାନ ବିଲରେ ଓଲଟିଲା ଟାଟା ଏସି ।

ଟାଟା ଏସି ଗାଡ଼ି ଏକ ବାଇକକୁ ଧକ୍କା ଦେବା ପରେ ରାସ୍ତାକଡ଼ ଧାନ ବିଲରେ ଓଲଟି ପଡ଼ିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଲଛିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲିଆପାଲି-ଲଛିପୁର ରାସ୍ତାରେ ଏକ ଟାଟା ଏସି ଗାଡ଼ି ଯାଉଥିବା ସମୟରେ ଏକ ବାଇକ୍ ସହ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ, ଟାଟା ଏସି ଗାଡ଼ିଟି ରାସ୍ତାକଡ଼ରେ ଥିବା ଧାନ ବିଲ ମଧ୍ୟକୁ ଖସି ଓଲଟି ପଡ଼ିଥିଲା । ଅନ୍ୟପଟେ ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ଖବର ପାଇବା ପରେ ଲଛିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଟାଟା ଏସି ଗାଡ଼ିଟି ବାଇକ୍‌କୁ ଧକ୍କା ଦେଲା ଏବଂ ଏହି ଦୁର୍ଘଟଣା ପଛରେ କେଉଁ କାରଣ ରହିଛି, ସେନେଇ ପୋଲିସ ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments