Homelocalବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ଗଞ୍ଜାମରେ ବିଭିନ୍ନ କାର୍ଯ୍ୟକ୍ରମ

ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ଗଞ୍ଜାମରେ ବିଭିନ୍ନ କାର୍ଯ୍ୟକ୍ରମ

ଗଞ୍ଜାମ, (୦୪/୦୮) : ଆପ୍ର : ବ୍ରହ୍ମପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚିଲେ ରାଷ୍ଟ୍ରପତି ।

ଭୁବନେଶ୍ବରରୁ ବ୍ରହ୍ମପୁର ରେଳଷ୍ଟେସନ ଓ ଯାତ୍ରାପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି ହୋଇଥିଲା। ଆରପିଏଫ, ରେଳ କର୍ତ୍ତୃପକ୍ଷ ଏବଂ ରାଜ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବଳୟ ହୋଇଥିଲା। ବ୍ରହ୍ମପୁରରୁ ସଡ଼କ ପଥରେ ତପ୍ତପାଣି ଯାଇ ରାଷ୍ଟ୍ରପତି ମା’ କନ୍ଧୁଣି ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ। ଏହାସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟସୂଚୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଷ୍ଟେସନରେ ପହଞ୍ଚିବା ପରେ ସଡକ ପଥରେ ବ୍ରହ୍ମପୁରରୁ ତପ୍ତପାଣି ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି ।

ଆଦିବାସୀ ପରମ୍ପରାରେ ହେବ ରାଷ୍ଟ୍ରପତିଙ୍କ ସ୍ବାଗତ। ଦ୍ରୌପଦୀ ମୁର୍ମୁଙ୍କୁ ମା’କନ୍ଧୁଣିଙ୍କ ତୈଳଚିତ୍ର ଓ ପାଟଲୁଗା ଉପହାର ଦିଆଯିବ । ତପ୍ତପାଣିକୁ ରାଷ୍ଟ୍ରପତିଙ୍କ ଏହା ଐତିହାସିକ ଗସ୍ତ । ରାଷ୍ଟ୍ରପତିଙ୍କ ସମଗ୍ର ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments