ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

Date:

Share post:

କଣ୍ଟାବାଞ୍ଜି, (୧୭/୦୬) : ଆପ୍ର : ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ ।

ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ରିଏମ୍ସ ଇଷ୍ଟିଟ୍ୟୁଚରୁ ଆସିଛି ଏଭଳି ସଂଘାତିକ ଅଭିଯୋଗ । ବିଇଡି କୋର୍ସ ସରିବାକୁ ବର୍ଷେ ପୂରିବା ପରେ ବି ସାର୍ଟିଫିକେଟ ପାଇ ନଥିବା କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଆନ୍ଧ୍ରରେ ଥିବା ବିଇଡି କଲେଜକୁ ଯୋଗାଯୋଗ କରିବାରୁ ଟଙ୍କା ମିଳିଲେ ସାର୍ଟିଫିକେଟ ଦିଆଯିବ ବୋଲି କହୁଛନ୍ତି କର୍ତ୍ତୃପକ୍ଷ। ତେବେ ଛାତ୍ରଛାତ୍ରୀ ସମସ୍ତ କୋର୍ସ ଫି ଦେଇସାରିଛନ୍ତି । ୧ ଲକ୍ଷ ୫୦ ହଜାର ଏବଂ ସାର୍ଟିଫିକେଟ ନାଁରେ ୧୦ ହଜାର ଟଙ୍କା ଦଲାଲ ନେଇଥିବା ବେଳେ କଲେଜକୁ ଟଙ୍କା ଦେଉନଥିବାରୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି । ପ୍ରତିବାଦ କରି ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଅଂଚଳର ୨୦ରୁ ଅଧିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ମିଡିଲମ୍ୟାନ୍ ପତିତପାବନଙ୍କୁ ପଚରାଉଚରା କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...