Homelocalଗୁଣୁପୁର ଠାରେ ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ଗୁଣୁପୁର ଠାରେ ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ଗୁଣପୁର, (୧୭/୬) : ଆପ୍ର : ଗତକାଲି ସୌରା ପଣ୍ଡିତ ମାଙ୍ଗାଇ ଗମାଙ୍ଗ ଙ୍କ ୧୧୧ ତମ ଜନ୍ମ ଜୟନ୍ତୀ ଉତ୍ସବ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ତରଫରୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି ।WhatsApp Image 2026 06 17 at 08.38.11

ଉକ୍ତ ଜନ୍ମ ଜୟନ୍ତୀ ଉତ୍ସବରେ ବହୁ ଶବର ଭାଇ ଭଉଣୀମାନେ ସେମାନଙ୍କ ପ୍ରିୟ ଗୁରୁ ସୌରା ଲିପି ସୋରାଙ୍ ସମ୍ପେଙ୍ଗ୍ ର ରୂପକାର , ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୂର୍ବାହ୍ନ ଦଶଟା ସମୟରେ ଗୁରୁ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ଏକ ସୁଉଚ୍ଚ ଫୋଟ ଚିତ୍ରକୁ ଗାଡ଼ିରେ ସଜାଇ ସହର ପରିକ୍ରମା କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଶବର ଭାଇଭଉଣୀ ମାନେ ସେମାନଙ୍କ ପାରମ୍ପରିକ ବାଦ୍ୟ ବାଜଣା ସହିତ ନାଚି ଗାଇ ସହର ପରିକ୍ରମା କରିଥିଲେ । ଏହା ପରେ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ଶ୍ରାଦ୍ଧାଞ୍ଜଳି ସଭା ଆରମ୍ଭ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ବକ୍ତା, ଭୁବନେଶ୍ୱର ଓ ପୁରୀ ରୁ ଶ୍ରୀ ପ୍ରକାଶ ପାତ୍ର,ଅଜୟ ପାତ୍ର, ଆନ୍ଧ୍ର ପ୍ରଦେଶ ରୁ କେ. ନାଗେଶ୍ଵର ରାଓ ଏବଂ କୃଷ୍ଣ ମଡିର୍, ରାମଚନ୍ଦ୍ର ଗମାଙ୍ଗ, ନିତାଇଶା ଶବର , କମଳାକାନ୍ତ ଶବର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ପ୍ରଦିପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । କୁନି କୁନି ପିଲାମାନେ ବିଭୁ ବନ୍ଦନା ଗାନ କରିଥିଲେ । ଏହା ପରେ ସଙ୍ଘର ଦିବଙ୍ଗତ ସଦସ୍ୟ ପୂର୍ବତନ ବିଧାୟକ ସ୍ୱର୍ଗତ ରାମମୂର୍ତ୍ତି ଗମାଙ୍ଗ,ଡିଏଫ୍ଓ ସୁବାସ ଚନ୍ଦ୍ର ଗମାଙ୍ଗ, ଗୁରୁ ପୁତ୍ର ଦିଗାସ୍ମି ଗମାଙ୍ଗ, ରେଞ୍ଜର ଚନ୍ଦନ ଶବର, ସରକାରୀ କର୍ମଚାରୀ ପିତାମ୍ବର ଶବର, ଜିତେନ୍ଦ୍ର ଶବର ପ୍ରଭୃତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।

ଶବର ସଙ୍ଘର ସଭାପତି ଚକ୍ରପାଣି ଶବର ଗୁରୁ ଙ୍କ ଜନ୍ମ ଉତ୍ସବର ସମ୍ୟକ୍ ଧାରଣା ଦେଇଥିଲେ । ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶବର ସାଂସ୍କୃତିକ ସଙ୍ଘ ତରଫରୁ ବ୍ରହ୍ମପୁର ନିବାସୀ ଫାର୍ମାସିଷ୍ଟ ଶ୍ରୀ ରାଜୀବ କୁମାର ମିଶ୍ର ଙ୍କୁ ତାଙ୍କର ଦୀର୍ଘ କାଳୀନ ମାନବ ସେବା ପାଇଁ ଉପଢୌକନ ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଙ୍ଘର ସମ୍ପାଦକ ଶ୍ରୀ ବଳରାମ ଶବର ବାର୍ଷିକ ବିବରଣୀ ପାଠ କରିଥିଲେ ।WhatsApp Image 2026 06 17 at 08.38.11 1

ମଞ୍ଚାସୀନ ଅତିଥି ମାନେ ଶବର ମାନଙ୍କ ବହୁ ପୁରାତନ କଥିତ ଭାଷା କୁ ଲିଖିତ ଭାବରେ ପ୍ରକାଶ କରିବା ପାଇଁ ସୌରା ଲିପି ସମ୍ପେଙ୍ଗ୍ ର ସୃଷ୍ଟି ସାଙ୍ଗକୁ ସୌରା ଭାଷା ଓ ଲିପିକୁ ସୁରକ୍ଷା ଦେବା ପାଇଁ ସୁଦୂର ମହୀଶୂରକୁ ଯାଇ ପୃଥିବୀ ପଞ୍ଚାୟତ ରେ ଏ ଭାଷା କୁ ପଞ୍ଜିକୃତ କରିଥିବା, ତଥା ନିଜେ ବିଭିନ୍ନ ଗ୍ରାମ ପ୍ରଦେଶ ବୁଲି ବୁଲି ଜନସାଧାରଣଙ୍କୁ ଲିପି ଶିକ୍ଷା କରିବା ଦ୍ୱାରା ଶବର ସମାଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ଉଦ୍ଦେଶ୍ୟରେ ଶବର ଭାଇଭଉଣୀ ମାନଙ୍କୁ ବୁଝାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଦୃଷ୍ଟିରୁ ତାଙ୍କୁ ଆଜି ଗୁରୁ ରୂପେ ପୂଜା କରା ଯାଉଥିବା ଓ ସମସ୍ତଙ୍କର ଶ୍ରଦ୍ଧା ଭାଜନ ହୋଇପାରି ଥିବା ଇତ୍ୟାଦି ଜନମଙ୍ଗଳ କାର୍ଯ୍ୟ ପାଇଁ ଗୁରୁ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗଙ୍କର ଭୂୟସୀ ପ୍ରଶଂସା କରିଥିଲେ ।

ଶ୍ରୀ ଲୋକନାଥ ଶବର ମଞ୍ଚାସୀନ ଅତିଥି ମାନଙ୍କୁ, ମିଡିଆ ଭାଇମାନଙ୍କୁ ତଥା ଉପସ୍ଥିତ ସମସ୍ତ ଶବର ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସାଙ୍ଗ ଘୋଷଣା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରୀମତୀ ବବିତା ଗମାଙ୍ଗ ଏବଂ ସୁଶ୍ରୀ ସତଗ୍ରୀଙ୍ ଶବର ଉଦଘୋଷିକା ଭାବରେ ସଭାକାର୍ଯ୍ୟ ଆଗେଇ ନେଇଥିଲେ ଏବଂ ବିକ୍ରମ ଗମାଙ୍ଗ ଓ ଫାଲଗୁନୀ ଶବର ମଞ୍ଚ ପରିଚାଳନା କାମ ରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments