Homelocalଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର, (୦୨/୦୮) : ଆପ୍ର : ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 08 01 at 20.31.33

ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସ୍ୱାଧୀନତା ଦିବସ ଦିନ ଭୋର ୦୪-୩୦ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପ୍ରଚାର କରାଯିବ, ୦୫-୩୦ ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ , ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୦୭-୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଓ ସକାଳ ୦୯-୧୫ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବେ । ସମୁଦାୟ ୨୭ଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଭାରତୀୟ ରିଜର୍ଭ ର୍ଫୋର୍ସ, ଭାମିନି ପ୍ୟାରେଡ଼ର ସମ୍ପୂର୍ଣ ଦାୟିତ୍ୱ ଗ୍ରହଣ କରିବେ । ଅଗଷ୍ଟ ୬ ଓ ୭ ତାରିଖ ଦିନ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା ଶିକ୍ଷକ ତାଲିମ କେନ୍ଦ୍ର ଠାରେ ବକୃତା କୁଇଜ ପ୍ରତିଯୋଗିତା ଓ ଅଗଷ୍ଟ ୧୧, ୧୨ ଓ ୧୩ ତିନିଦିନ ସକାଳ ୦୮-୩୦ ସମୟରେ ମିନି ଷ୍ଟାଡିୟମ ଠାରେ ପ୍ୟାରେଡ଼ର ପୂର୍ବଭ୍ୟାସ କରାଯିବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା ।

ଆଜିର ଏହି ବୈଠକରେ ଭାରତୀୟ ସଂରକ୍ଷିତ ବାହିନୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅରୁଣ ମହାପାତ୍ର, ବିଶ୍ୱନାଥ ଜେନା, ବିଶ୍ୱନାଥ ମାର୍ଥା , ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପା ରାଣୀ ବେହେରା, ବିନୋଦ ଶବର, ତହସିଲଦାର ଲୀଳାବତୀ ଆଚାର୍ଜି , ଆଦର୍ଶ ଥାନାରୁ ଅଧିକାରୀ ବିଘ୍ନେଶ୍ୱର ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ଜେଲ ଉପ ଅଧିକ୍ଷକ ତାରିଣୀ ମଲ୍ଲିକ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ସୁସ୍ମିତା ବାଉରୀ, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ହେମାନନ୍ଦ ବରିହା, ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଅଧ୍ୟକ୍ଷ ମନୋଜ କୁମାର ଗମାଙ୍ଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମମତାମୟୀ ମହାନ୍ତି, ସମସ୍ତ ଏନସିସି ଅଧିକାରୀ, ପିଇଟି, ବିଭିନ୍ନ ଶିକ୍ଷାନୁଷ୍ଠାନ ମୁଖ୍ୟ ପ୍ରମୁଖଙ୍କ ସମେତ ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ୱବୋଧନରେ ଅନୁଷ୍ଠିତ ବୈଠକରେ ଅନନ୍ତ ପାତ୍ର ସଂଯୋଜନା କରିଥିବା ବେଳେ ସୋମନାଥ ଗମାଙ୍ଗ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments