ବାଲେଶ୍ବର, (୧୮/୧୧) : ଆପ୍ର : ୧୦ କୋଟିର ବ୍ରାଉନସୁଗର ଜବତ । ବାଲେଶ୍ବର ପାଲଟିଛି ଧଳା ଜହରର ସହର । ଘରର ବିଭିନ୍ନ ସ୍ଥାନରୁ ମିଳିଲା ପୁଳା ପୁଳା ବ୍ରାଉନ ସୁଗର ।
ଫ୍ରିଜ୍, ୱାସିଂମସିନ୍ ଭିତରେ ଲୁଚାଇ ରଖିଥିଲେ ପ୍ରାୟ ୧୦ କେଜିରୁ ଅଧିକ ବ୍ରାଉନ ସୁଗର । ଯାହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କା ହେବ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ଥାନା ପୋଲିସ । ଏମାନେ ହେଲେ ଏସକେ ଅସଗର ଓ ହମିଦା ବିବି । ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ଗୋପାଳ ଗାଓଁ ଘରେ ଚଢ଼ଉ କରିଥିଲା ପୋଲିସ ।
ବ୍ରାଉନସୁଗର ସିଜ୍ କରିବା ସହ ଉଭୟଙ୍କୁ ଗିରଫ କରିଥିଲା । ଏମାନେ ସକ୍ରିୟ ଭାବେ ବ୍ରାଉନସୁଗର କାରବାରରେ ସଂପୃକ୍ତ ଥିବା ପୋଲିସ କହିଛି । ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୬୨ ହଜାର ଟଙ୍କା, ୧୧ ଟି ATM, ପ୍ୟାନ କାର୍ଡ, ଆଧାରକାର୍ଡ , ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ ହୋଇଛି । ଗୋଟିଏ ସ୍କୁଟି, ୬ ଟି ଫୋନ୍, ୨ଟି ଓଜନ ମେସିନ୍ ସହ ବିଭିନ୍ନ ରାସାୟନିକ ପଦାର୍ଥ ମଧ୍ୟ ଜବତ ହୋଇଛି ।

