ସୁବର୍ଣ୍ଣପୁର, (୦୧/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଦିନକୁ ଦିନ ଜୁଆ ଖେଳ ବଢ଼ିବାରେ ଲାଗିଛି । ଆଜି ବିନିକା ପୁଲିସ କୁ ବଡ ସଫଳତା ମିଳିଛି ।
ବିନିକା ଥାନା ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗ୍ରାମର ବାଇପାସ୍ ରାସ୍ତାରେ ଚାଲିଥିବା ଜୁଆ ଆଡ୍ଡା ରେ ତାସ ଖେଳ ଚାଲିଥିବା ବେଳେ ପୁଲିସ ଚଢ଼ାଉ କରିଛି । ଏଥିରେ ୩ ଜଣ ଯୁଆଡି ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୪୦ ହଜାର ୪୦୦ ଶହ ଟଙ୍କା, ତାସ ପତି ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିନିକା ଗୁଲାପଡା ର ରାମଜୀ ପଧାନ (୭୦), ବିଶାଳପାଲି ଗ୍ରାମର ଯୁଗୀନ୍ଦ୍ର ପେରା (୫୬), ବିନିକା ମିଶ୍ରପଡ଼ାର ଫକୀର ବଣିଆ (୬୮) ।
ସୂଚନା ଅନୁସାରେ ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ବାଇପାସ ରାସ୍ତାରେ ବେଆଇନ ଭାବେ ଜୁଆଖେଳା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଥାନା ଅଧିକାରୀ ଅନିତା କିଡୋ ଙ୍କ ନେତୃତ୍ଵରେ ପୋଲିସ ଜୁଆ ଆଡ୍ଡା ରେ ପହଞ୍ଚି ଚଢାଉ କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅନିତା କିଡୋ ସୁଚନା ଦେଇଛନ୍ତି । ଉକ୍ତ ଚଢ଼ାଓରେ ସବ ଇନିସ୍ପେକ୍ଟର ମାରୁତ ଚନ୍ଦ୍ର ପଧାନ, କନେଷ୍ଟାବଲ ଶୁଭ୍ର ରଞ୍ଜନ ସାହୁ, ସାନନ୍ଦ ପଧାନ, ଦୟାନିଧି ବେହେରା ପ୍ରମୁଖ ସାମିଲଥିଲେ ।

