Homelocalନିଜର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରି ଓଡ଼ିଶା ବାସୀଙ୍କ ମନ ଜିଣିଛନ୍ତି ଗୁଣପୁରର ଉପାସନା

ନିଜର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରି ଓଡ଼ିଶା ବାସୀଙ୍କ ମନ ଜିଣିଛନ୍ତି ଗୁଣପୁରର ଉପାସନା

ଗୁଣପୁର, (୨୮/୬) : ଆପ୍ର : କଳା ଓ ସଂସ୍କୃତିର ମାଟି ଗୁଣପୁର । କଳା କୁ ସମ୍ମାନ ଦେଇ ଏହି ଗୁଣପୁର ମାଟିର ଝିଅ ଉପାସନା ନୃତ୍ୟ ଓ ମଡେଲିଙ୍ଗ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଛନ୍ତି ।WhatsApp Image 2026 06 28 at 08.59.27 1

ଗତ ତିନି ମାସ ଧରି ଆର. ଏନ୍.ପି ସିନେ ପ୍ରଡକ୍ସନ ର ଦି ବିଗ୍ ରିୟାଲିଟି ସୋ “ରଜ ରୂପସୀ – ୨୦୨୬” ଫାଇନାଲରେ ଉପାସନା , ଫାଷ୍ଟ ରନରସ୍ ଅପ୍ ହେବା ସହ ” ଓଡ଼ିଶାସ୍ ଗର୍ଜିୟସ୍ ଫେସ୍ ” ଓ ” ଓଡ଼ିଶାସ୍ ସୁପର୍ ଟାଲେଣ୍ଟ ” ଟାଇଟଲ ହାସଲ କରିଛନ୍ତି । ପ୍ରଥମେ ରଜ ରୂପସୀ – ୨୬ ର ବ୍ରହ୍ମପୁର ଅଡିସନ୍ ଦେଇ ଉପାସନା ସେମିଫାଇନାଲ ପାଇଁ ଟିକେଟ ହାସଲ କରିଥିଲେ । ଏହି ଅଡିସନ୍ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା, ବ୍ରହ୍ମପୁର, କଟକ , ଯାଜପୁର , ରାଉରକେଲା , କେନ୍ଦ୍ରାପଡ଼ା , ଭୂବନେଶ୍ଵର, ପୂରୀ , ସମ୍ବଲପୁର , ଭଦ୍ରକ , ବାଲେଶ୍ଵର ଇତ୍ୟାଦି ସହର ମାନଙ୍କରେ ଦୀର୍ଘ ୩ ମାସ ଧରି ଚାଲୁ ରହିଥିଲା । ଏହି ଅଡିସନ୍ ରେ ୩୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରି ସେଥି ମଧ୍ୟରୁ ୬୦ ଜଣ ପ୍ରତିଯୋଗୀ ସେମିଫାଇନାଲ ରାଉଣ୍ଡ କୁ ଉନ୍ନୀତ ହୋଇଥିଲେ ।

ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗିତା ମାଁ ବିରଜା କ୍ଷେତ୍ର ଯାଜପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଗୌତମ ରାୟ (ସଭାପତି , ବିଜେପି ଯାଜପୁର), ସମ୍ମାନିତ ଅତିଥି ଭାବେ ରବି ନାରାୟଣ ପଣ୍ଡା (ପ୍ରଯୋଜକ, ଆର୍ ଏନ୍ ପି ସିନେ ପ୍ରଡକ୍ସନ ), ଚଗଲା ଚନ୍ଦୁ (ଓଡ଼ିଆ ଚଳଚ୍ଚିତ୍ର ହାସ୍ୟ ଅଭିନେତା), ସୁଶ୍ରୀ (ଓଡ଼ିଆ ଆଲବମ ଅଭିନେତ୍ରୀ) ଏବଂ ମୁଖ୍ୟ ଆକର୍ଷଣ ଭାବେ ଡ଼ଃ ଜି . କେ ପାଣିଗ୍ରାହୀ (ସୁଦୁର ମୁମ୍ୱାଇର ଜୁନିଅର ଅମିତାଭ)ବିଚାରକ ଭାବେ ମଞ୍ଚାସିନ ଥିଲେ । ଦୁଇ ଦିନ ଧରି ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।WhatsApp Image 2026 06 28 at 08.59.26

ସେମିଫାଇନାଲ ରେ ପ୍ରତିଯୋଗୀ ମାନଙ୍କୁ ନୃତ୍ୟ , ଅଭିନୟ ଓ କୁଇଜ୍ ରେ ନିଜ ନିଜ ପାରିଦର୍ଶିତା ପ୍ରଦର୍ଶନ କରିବାକୁ ପଡ଼ିଥିଲା । ଏଥିରେ ଉପାସନା ନିଜ ଉଚ୍ଚ କୋଟିର ପ୍ରତିଭା ପ୍ରଦର୍ଶନ କରି ବିଚାରକ ମାନଙ୍କ ମନ ଜିଣି ଗ୍ରାଣ୍ଡ୍ ଫିନାଲେ ପାଇଁ ଉନ୍ନୀତ ହୋଇଥିଲେ । ୬୦ ଜଣ ପ୍ରତିଯୋଗୀ ମଧ୍ୟରୁ ୧୪ ଜଣ ପ୍ରତିଯୋଗୀ ଗ୍ରାଣ୍ଡ୍ ଫିନାଲେ ପାଇଁ ମନୋନୀତ ହୋଇଥିଲେ । ଫିନାଲେ ରେ ମଧ୍ୟ ଉପାସନା ନୃତ୍ୟ , ଅଭିନୟ , ପୁଚି ଖେଳ ଓ ମଡେଲିଙ୍ଗ ରେ ନିଜର ଉଚ୍ଚ କୋଟିର ଦକ୍ଷତା ପ୍ରଦର୍ଶନ କରି ଫାଷ୍ଟ ରନରସ୍ ଅପ୍ ହେବା ସହ ଓଡ଼ିଶାସ୍ ଗର୍ଜିୟସ୍ ଫେସ୍ ଓ ଓଡ଼ିଶାସ୍ ସୁପର୍ ଟାଲେଣ୍ଟ ଟାଇଟଲ ବିଜୟିନୀ ହୋଇଛନ୍ତି । ବିଚାରକ ମାନେ କମେଣ୍ଟ୍ ରେ କହିଥିଲେ ଯେ , ତମ ଭଳି ପ୍ରତିଭାର ଜର୍ଜମେଣ୍ଟ କରିବାକୁ ଆମେ ଅକ୍ଷମ । ମାତ୍ର ୧୩ ବର୍ଷ ବୟସରେ ଏଭଳି କଳା ପ୍ରତି ଆଗ୍ରହ, ଅକ୍ଳାନ୍ତ ପରିଶ୍ରମ ଓ ସମର୍ପଣ ଭାବ ତୁମ କାମରେ ସ୍ବଷ୍ଟ ବାରିହୋଇପଡ଼ୁଛି ।

ଏହି ଅବସରରେ ଉପାସନା ଙ୍କ ମାତା ପିତାଙ୍କୁ ରଜ ରୂପସୀ ମଞ୍ଚରେ ବେଷ୍ଟ ପେରେଣ୍ଟସ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରଜ ରୂପସୀ ମଞ୍ଚରେ ଉପାସନା ନିଜ ସଫଳତାର ଶ୍ରେୟ ନିଜ ମାତା ପିତାଙ୍କୁ ଦେବାସହ ଗୁଣପୁର ବାସୀଙ୍କ ସମ୍ପୁର୍ଣ୍ଣ ଆର୍ଶୀବାଦ ତାଙ୍କ ଉପରେ ରହିଛି ବୋଲି କହିଥିଲେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ଆଶିଷ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୋସନି ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments