Homelocal୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ନୀତି, ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ହେବ...

୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ନୀତି, ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ହେବ ପଞ୍ଚୁକ

ପୁରୀ, (୧୮/୧୧) : ଆପ୍ର : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ନୀତି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ହେବ । ଚଳିତଥର ପାଞ୍ଚଦିନ ପରିବର୍ତ୍ତେ ୪ ଦିନ ହେବ ପଞ୍ଚୁକ ।

ପ୍ରତିଦିନ ମହାପ୍ରଭୁ ଆଡାକାନୀ, ଶ୍ରୀପୟର ଓ କୁଣ୍ଡଳୀ ଇତ୍ୟାଦି ପିନ୍ଧି ଦର୍ଶନ ଦେବେ । କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସ୍ବତନ୍ତ୍ର ରାଜାଧିରାଜ ବେଶ ବା ସୁନାବେଶ ରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପଞ୍ଚୁକ ସମୟରେ ଭକ୍ତମାନେ କେବଳ ବାହାରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ଭକ୍ତମାନେ ଭିତରକାଠ ନିକଟରୁ ଦର୍ଶନ ପାଇପାରିବେ । ଭକ୍ତମାନେ ସିଂହଦ୍ବାରରେ ପ୍ରବେଶ କରି ଅନ୍ୟ ଦ୍ବାରରେ ପ୍ରସ୍ଥାନ କରିବେ । ସେବକମାନେ ସବୁଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ । କୌଣସି ଯାତ୍ରୀ ପଣ୍ଡା ଯାତ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ ।

ଭକ୍ତଙ୍କ ପାଇଁ ତିନି ଦ୍ବାରରେ ମେଗା ଫୋନ ସହ ସିଂହଦ୍ବାରରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା ରହିବ । ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଆଶୁ ଚିକିତ୍ସା କେନ୍ଦ୍ର ଅହୋରାତ୍ର ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ଉପ ମୁଖ୍ୟ ପ୍ରଶାସକ । ପଞ୍ଚୁକରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ଳିତ ବର୍ଷ ପଞ୍ଚୁକ ଚାରି ଦିନ ପଡ଼ୁଥିବାରୁ ଭକ୍ତ ଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments