ଗୁଣୁପୁର, (୨/୮) : ଆପ୍ର : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲଚର ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି ।
ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇ ସି ଏ ଆର୍ ) ଏବଂ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ମହିଳା କୃଷି ପ୍ରତିଷ୍ଠାନ (ସି ଆଇ ଡବ୍ଲୁ ଏ ) ର ମିଳିତ ଆନୁକୁଲ୍ୟରେ ଜଳବାୟୁ ପ୍ରତିରୋଧୀ ରଣନୀତି ମାଧ୍ୟମରେ ଜନଜାତି ସଶକ୍ତିକରଣ ସମ୍ପର୍କୀୟ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇ ସି ଏ ଆର୍ ଉପ ମହାନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ କେନ୍ଦ୍ରୀୟ ଧାନ ଗବେଷଣା ଓ ଜଳବାୟୁ ସହନଶୀଳ କୃଷି ଉପରେ ଆଲୋକପାତ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡଃ ମହେନ୍ଦ୍ର କୁମାର ମହାନ୍ତି ଆଭାସୀ ମାଧ୍ୟମରେ ଯୋଗଦେଇ କୃଷି ପରିବର୍ତ୍ତନ ଓ ଜଳବାୟୁ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼ଃ. ଶ୍ୟାମ ରଞ୍ଜନ ମହାପାତ୍ର ଯୋଗଦେଇ କୃଷି ମାଧ୍ୟମରେ ଜନଜାତିଙ୍କ ସଶକ୍ତି କରଣ ଓ ନୂତନ ନିଯୁକ୍ତି ବିଷୟରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଯୋଗଦେଇ ସମ୍ମିଳନୀର ଗୁରୁତ୍ବ ବିଷୟରେ ଆଲୋଚନା କରିଥିଲେ । ଉପ କୁଳପତି ଡଃ ଗୌତମ ଘୋଷ ସମ୍ମିଳନୀର ସଫଳତା କାମନା କରିବା ସହ କୃଷି ଗବେଷଣା ବିଷୟରେ କହିଥିଲେ ।
ସ୍କୁଲ ଅଫ ଏଗ୍ରିକଲଚର ର ଡିନ୍ ଡ଼ଃ. ଭି. ଏସ. ଦେବଦାସ ଯୋଗଦେଇ ଜଳବାୟୁ ସହନଶୀଳ କୃଷି ପ୍ରଯୁକ୍ତିର ପ୍ରସାର ଏବଂ ଗବେଷଣାକୁ କୃଷକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସମ୍ମିଳନୀର ଏକ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସମ୍ମିଳନୀ ର ଆବାହକ ଡ଼ଃ .ରିନୀ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହ ଆବାହକ ଡ଼ଃ .ରାଜେଶ୍ୱରୀ ଦାସ ଧନ୍ଯବାଦ ଅର୍ପଣ କରିଥିଲେ ।
ଏହି ସମ୍ମିଳନୀରେ ଆସୋସିଏଟ ଡିନ୍ ଅଶୋକ କୁମାର ମିଶ୍ର, ହାଇଦ୍ରାବାଦ ସ୍ଥିତ ଆଇ ସି ଏ ଆର୍ ର ମିଲେଟ ଅନୁସନ୍ଧାନ ସଂସ୍ଥା ର ଵୈଜ୍ଞାନିକ ଡ଼ଃ ଏ .ବେଲୁନଦାଗି ଉପସ୍ଥିତ ଥିଲେ । ପ୍ରଫେସର ଡ଼ଃ ସୁମନ ଜି ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଡ଼ଃ ଶ୍ୱେତା ନନ୍ଦ, ଅର୍ପିତା ପ୍ରିୟଦର୍ଶନୀ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟ ର ବିଭିନ୍ନ ବିଭାଗ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

