Homebreaking newsଚରିତ୍ର ସନ୍ଦେହରେ ସ୍ତ୍ରୀ’କୁ ହତ୍ୟା : ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଚରିତ୍ର ସନ୍ଦେହରେ ସ୍ତ୍ରୀ’କୁ ହତ୍ୟା : ସ୍ୱାମୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, (୧୮/୧୧) : ଆପ୍ର : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଫୁଲବାଡି ଗ୍ରାମରେ ଗତ ୨୦୨୪ ମସିହାରେ ସ୍ତ୍ରୀକୁ ହତ୍ୟା ମାମଲାରେ କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି ।

ଜୋରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡାଦେଶ କରିଛନ୍ତି । ଅନ୍ୟପକ୍ଷରେ ପୀଡିତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ଆଦେଶ କରିଛନ୍ତି । ଅଭିଯୁକ୍ତ ଉଗ୍ରସେନ ଜୁଆଙ୍ଗ ତାର ସ୍ତ୍ରୀ ରାଧି ଜୁଆଙ୍ଗ ଚରିତ୍ର କୁ ସନ୍ଦେହ କରୁଥିଲା । ଏହାକୁ ନେଇ ତାଙ୍କ ଭିତରେ ସବୁବେଳେ ପାଟିତୁଣ୍ଡ ହେଉଥିଲା । ୨୦୨୪ ମସିହା ଫେବୃଆରୀ ୧୨ ତାରିଖ ସକାଳେ ଉଗ୍ରସେନ ଜୁଆଙ୍ଗ ସ୍ତ୍ରୀକୁ ପ୍ରବଳ ପିଟିଥିଲା । ସେହି ରାସ୍ତା ଦେଇ ଅଙ୍ଗନୱାଡି କର୍ମୀ ଏବଂ ଆଶା ଦିଦି ଯାଉଥିଲେ । ଘଟଣା ନେଇ ଆଶା ଦିଦି ରାଧି ଜୁଆଙ୍ଗର ମା’ କୁ ଜଣାଇଥିଲେ । ରାଧି ର ମା’ ଝିଅ କୁ ନେବା ପାଇ ଆସି ସେହିଦିନ ନ ନେଇପାରି ସେଠାରେ ରହି ଯାଇଥିଲେ । ରାତିରେ ରାଧି ଜୁଆଙ୍ଗ(୨୫) ଶିଶୁ ପୁତ୍ର ସହ ଶୋଇଯିବା ପରେ ଉଗ୍ରସେନ ବୁଡିଆରେ ରାଧି ର ବେକକୁ ହାଣି ଦେଇଥିଲା । ଶାଶୁ ଉଠି ପଡି ଝିଅ ରକ୍ତାକ୍ତ ଅବସ୍ଥାରେ ପଡି ଥିବାର ଦେଖିବା ପରେ ସମସ୍ତଙ୍କୁ ଡାକିଥିଲା । ଉଗ୍ରସେନ ଗୋଟିଏ ହାତରେ ବୁଡିଆକୁ ଧରିଥିଲା ।

ଘଟଣାସ୍ଥଳରେ ରାଧି ଜୁଆଙ୍ଗର ମୃତ୍ୟୁ ହୋଇଥିଲା । ଏ ନେଇ ୧୩ ତାରିଖ ଦିନ କାଞ୍ଜିପାଣି ଥାନାରେ ଶାଶୁ ସାବିତ୍ରୀ ଜୁଆଙ୍ଗ ଏତଲା ହେବା ପରେ ପୋଲିସ ୫୯/୨୦୨୪ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ଉଗ୍ରସେନ(୩୪)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୬ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ମଙ୍ଗଳବାର ଦିନ ଅଭିଯୁକ୍ତ ଉଗ୍ରସେନ ଜୁଆଙ୍ଗ କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments