ସୁବର୍ଣ୍ଣପୁର ଜିଲ୍ଲାରେ ଅଙ୍ଗନବାଡି , ସ୍କୁଲ ଓ କଲେଜ ର ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲେ ଜିଲ୍ଲାପାଳ

Date:

Share post:

ସୁବର୍ଣ୍ଣପୁର, (୧୭/୦୬) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଛୁଟି ବୃଦ୍ଧି କଲେ ଜିଲ୍ଲା ପ୍ରଶାସନ । ଅସହ୍ୟ ଗରମ ଓ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି ।

ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଥିବାରୁ ଏଯାଏଁ ବର୍ଷା ହୋଇ ନାହିଁ । ଫଳରେ ଖରା, ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ଅଙ୍ଗନୱାଡି ସମେତ ସମସ୍ତ ଶିକ୍ଷାନୁଷ୍ଠାନ କୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଯଦି କୌଣସି ପରୀକ୍ଷା ଅଛି ତାହେଲେ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ ପଦେକ୍ଷପ ସହିତ ସକାଳ ସମୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...