Homecrimeବାହାର ଜିଲ୍ଲା ରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁ ପଶୁଛି ବେଆଇନ ଧାନ, ଯୋଗାଣ ବିଭାଗର...

ବାହାର ଜିଲ୍ଲା ରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁ ପଶୁଛି ବେଆଇନ ଧାନ, ଯୋଗାଣ ବିଭାଗର ଚଢାଉ : ୪୦୭ ଟ୍ରକ ସହ ୫୮ କୁଇଣ୍ଟାଳ ୨୮ କେଜି ଧାନ ଜବତ

ସୁବର୍ଣ୍ଣପୁର, (୦୪/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଦ୍ଵାରା ଡୁଙ୍ଗୁରିପାଲି ୨୬ ନଂ ଜାତୀୟ ରାଜପଥ ଖୁଣ୍ଟପାଲି ପେଟ୍ରୋଲ ପମ୍ପ ମଙ୍ଗଳରାମ ଏଣ୍ଡ କୋ ସମ୍ଭୁଖ ରେ ଚଢ଼ାଉ କରି ୪୦୭ ଟ୍ରକ ସମେତ ୫୮ କ୍ୟୁଣ୍ଟାଲ ୨୮ କିଲୋଗ୍ରାମ ଧାନ ଜବତ କରିଛି ।

ଏହି ଘଟଣାରେ ୪୦୭ଗାଡି ଡ୍ରାଇଭର ତଥା ବରଗଡ ଜିଲ୍ଲା ବରପାଲି ଥାନା ସତଲମା ଗ୍ରାମର ହିମାଂଶୁ ଶାଣ୍ଢ ଙ୍କୁ ଲିଖିତ ଜଣାଇବା ପରେ ଯୋଗାଣ ବିଭାଗ ଛାଡିଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୁଧବାର ଡୁଙ୍ଗୁରିପାଲି ବ୍ଲକ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ପରିଡା ବରଗଡ ଯିବା ସମୟରେ ଖୁଣ୍ଟପାଲି ପେଟ୍ରୋଲ ସମ୍ଭୁଖରେ ଛିଡା ହୋଇଥିବା ଏକ ଧାନ ବୋଝେଇ ୪୦୭ ଟ୍ରକ ଓଡି ୧୭ ଜି ୨୦୮୫ ଗାଡି କୁ ସନ୍ଦେହ କରି ଡ୍ରାଇଭ ଙ୍କୁ ଧାନ କେଉଁ ଆଡେ ଯାଉଛି ବୋଲି ପଚାରି ଥିଲେ । ହେଲେ ଡ୍ରାଇଭର ସଠିକ ଉତ୍ତର ଦେଇ ନ ପାରି ଧାନର କାଗଜ ପତ୍ର ମଧ୍ୟ ଦେଖାଇ ପାରି ନ ଥିଲା । ପରେ ଯୋଗାଣ ବିଭାଗ ଟିମ ଟ୍ରକ କୁ ଅଟକ ରଖି ତନଖି କରିବା ସମୟରେ ୧୭୪ ବସ୍ତା ଧାନ ମିଳିଥିଲା ।

ଓଜନ ପରେ ଏହାର ଓଜନ ୫୮ କ୍ୟୁଣ୍ଟାଲ ୨୮କିଲୋ ଜଣାପଡିଥିଲା । ବରଗଡ ଜିଲ୍ଲା ରୁ ଉକ୍ତ ଧାନ ବେଆଇନ ଭାବେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁ ଆସୁଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ ଡ୍ରାଇଭର ଙ୍କ ନିକଟରୁ ୪୦୭ ଟ୍ରକ କୁ ଓ ଧାନକୁ ଜବତ କରାଯାଇଛି । ଜବତ ଧାନ ଓ ୪୦୭ ଗାଡିକୁ ଡୁଙ୍ଗୁରିପାଲି ବ୍ଲକର ଉମାଶଙ୍କର ରାଇସ ମିଲକୁ ଜିମା ଦିଆଯାଇଛି ।

ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏକ ମାମଲା ୠଜୁ କରାଯାଇଛି । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାଶ ଙ୍କ ନିର୍ଦେଶ କ୍ରମେ ବିଭାଗର ଚଢ଼ାଉରେ ଜିଲ୍ଲା ଯୋଗାଣ ଅଧିକାରୀ କେଦାରନାଥ ନାୟକ, ଡୁଙ୍ଗୁରିପାଲି ବ୍ଲକ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ପରିଡା, ବିନିକା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡା ସାମିଲ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments