Homecrimeବ୍ୟବସାୟୀ ଙ୍କୁ ଆକ୍ରମଣ ଘଟଣା, ୩ ଗିରଫ, ବ୍ୟବସାୟୀ ନିଜେ ଜାଗା ମାଫିଆ ଥିବା ଅଭିଯୋଗ,...

ବ୍ୟବସାୟୀ ଙ୍କୁ ଆକ୍ରମଣ ଘଟଣା, ୩ ଗିରଫ, ବ୍ୟବସାୟୀ ନିଜେ ଜାଗା ମାଫିଆ ଥିବା ଅଭିଯୋଗ, ସରକାରୀ ଜାଗା ମାମଲା ନେଇ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସ୍ଥାନିୟ ଉପ ଜିଲ୍ଲାପାଳ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ବଲାଙ୍ଗୀର//ଟିଟିଲାଗଡ, (୧୮/୦୬) : ଆପ୍ର : ଟିଟିଲାଗଡ ନିକଟସ୍ତ କତରକେଲା ରାସ୍ତାର ପୌର ପରିଷଦ ଡମ୍ପିଙ୍ଗ ୟାର୍ଡ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଶମ୍ଭୁ ଅଗ୍ରୱାଲ ନିଜ କ୍ରସରରୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଆହତ ଶମ୍ଭୁ ଅଗ୍ରୱାଲ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ପ୍ରଥମେ ସନ୍ତୋଷ ରଣା ଓ ଶୁଭମ ରଣାଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତରେ ହାଟପଦା ଅଞ୍ଚଳର ଆଲୋକ ଦାଶଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇ ଗିରଫ କରାଯାଇଛି । ତିନି ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ ପାଇଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜମି କିଣାବିକା ସମ୍ପର୍କିତ ବିବାଦକୁ ନେଇ ୩୦ ହଜାର ଟଙ୍କା ଦାବି କରାଯାଇଥିଲା । ଦାବି ପୂରଣ ନ ହେବାରୁ ଏହି ଆକ୍ରମଣ ଘଟିଥିବା ପୋଲିସ ସନ୍ଦେହ କରୁଛି । ଟିଟିଲାଗଡ ଥାନା ଅଞ୍ଚଳରେ ଗତ କିଛି ମାସ ମଧ୍ୟରେ ଛଅ ଗୋଟି ଜାଗା ମାମଲା ରେ ଏହି ବ୍ୟବସାୟୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଗିରଫ ତିନି ଅଭିଯୁକ୍ତ ହେଲେ ଘୁଘୁରପଲା ଅଞ୍ଚଳର ସନ୍ତୋଷ ରଣା, ଶୁଭମ ରଣା ଓ ଟିଟିଲାଗଡ ହାଟପଦାର ଆଲୋକ ଦାଶ ।

ଟିଟିଲାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯେ, ବଲାଙ୍ଗିର ଜିଲ୍ଲାର ବହୁଚର୍ଚ୍ଚିତ ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ ମାମଲାରେ ସନ୍ତୋଷ ରଣା ଓ ଆଲୋକ ଦାଶ ପୂର୍ବରୁ ଅଭିଯୁକ୍ତ ରହିଥିଲେ ଏବଂ ବେଲରେ ମୁକ୍ତି ପାଇଥିଲେ । ପୁଣିଥରେ ଏକ ଗୁରୁତର ଅପରାଧିକ ଘଟଣାରେ ସେମାନଙ୍କ ନାମ ସାମ୍ନାକୁ ଆସିବା ଟିଟିଲାଗଡ ସହରରେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି । ଘଟଣା ରେ ଉଭୟ ରୁ ଏହି ଜାଗା ବିବାଦ ସୃଷ୍ଟି ହୋଇ ଥିବା ବେଳେ ଶମ୍ଭୁ ଅଗ୍ରୱାଲ ସହର ରେ ଏହି ଜାଗା ବିକ୍ରି ,ଦଖଲ ଭଳି ବେଆଇନ୍ କାର୍ଯ୍ୟ କଳାପ ରେ ଦୀର୍ଘ ସମୟ ରୁ ଲିପ୍ତ ରହିଥିବା ନଜର କୁ ଆସିଛି ।

ବିଶେଷ ଦ୍ରଷ୍ଟବ୍ୟ ଯେ,ଟିଟିଲାଗଡ ଧବଳେଶ୍ୱର ଟ୍ରଷ୍ଟ ବୋର୍ଡ ଅଧୀନ ରେ ଥିବା ବିପୁଳ ପରିମାଣ ର ଜାଗା ଜବର ଦଖଲ କରିବା ସହ ଅନେକ ବେଆଇନ୍ ବିକ୍ରି ଓ କାଗଜ ପତ୍ର କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଜାଗା ବିକ୍ରି କରି ମଧ୍ୟସ୍ଥି ସାଜି ପିପୂଳ ଅର୍ଥ କାରବାର ଏହି ଅଞ୍ଚଳ ତଥା ଆଖ, ପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲି ଥିବା ବେଳେ ଏ ଦିଗରେ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି । ସେହିପରି ସ୍ଥାନୀୟ ଉପ ଜିଲ୍ଲାପାଳ ନିଜେ ସ୍ଥାନୀୟ ଧବଳେଶ୍ୱର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଥିବା ବେଳେ ବିଧିବଦ୍ଧ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments