ଗୁଣପୁର, (୨୫/୯) : ଆପ୍ର : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗୁଣପୁରରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଅଛି ।
ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନରେ ବନ୍ଦେ ମାତରମ୍ ର ସୃଷ୍ଟ ତଥା ଏହାର ଅଭୂତପୂର୍ବ ଇତିହାସର ଗାଥା ଏବଂ ରାଷ୍ଟ୍ରଭକ୍ତିର ପରାକାଷ୍ଠା ରୂପେ ପ୍ରତ୍ୟେକ ଅନୁଷ୍ଠାନରେ ଭାରତ ମାତା ପୂଜନ ସହିତ ବନ୍ଦେ ମାତରମ୍ ଗାନ କରିବା ଉଚିତ୍ ବୋଲି ମତଵ୍ୟକ୍ତ କରିଥିଲେ । ପୂର୍ବ ଛାତ୍ର ପରିଷଦର ଜିଲ୍ଲା ସଂଯୋଜକ ଅବିନାଶ ଗମାଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ସମାଜସେବୀ ଲଳିତ କୁମାର ବୈଦ୍ୟ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉପ ସଭାପତି ଅମ୍ବିକାରାଣୀ ମହାପାତ୍ର ଓ କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ରଥ ଉପସ୍ଥିତ ରହି ବନ୍ଦେ ମାତରମ୍ ଵିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଶୁଭଶ୍ରୀ ସାହୁ ସଂଯୋଯନା କରିଥିଲେ ।
ସେହିପରି ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟଙ୍କ ଯୋଜନାନୁସାରେ ସ୍ଥାନୀୟ ଗୁଣପୁର ମହାବିଦ୍ୟାଳୟ ମହିଳା ମହାଵିଦ୍ୟାଳୟ, ମହର୍ଷୀ ଗୁରୁକୂଳ ମହାବିଦ୍ୟାଳୟ (ଆବାସିକ), ଆଶ୍ରମ ବିଦ୍ୟାଳୟ ନରସିଂହମୁଣ୍ଡା, ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ, ବଂଶଧାରା ମହାବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ପୁରୁଣା ଗୁଣପୁର,ଶାନ୍ତି ନିକେତନ ମହାଵିଦ୍ୟାଳୟ, ପ୍ରଧାନମନ୍ତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ (ଆବାସିକ) ଇତ୍ୟାଦି ଅନୁଷ୍ଠାନରେ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ, ଦୁର୍ଗା ପ୍ରସାଦ ସୁଆର, ମନୋଜ କୁମାର ମହାରଣା, ପରିତ୍ରାଣ ମହାପାତ୍ର,ଘୁଂଗୁଡୁରାମ ପାତ୍ର, ଆଚାର୍ଯ୍ୟା ରେଣୁକା ପାତ୍ର, ସନ୍ତୋଷୀ ବାହାଦୂର ସୂନାର, ସନ୍ତୋଷୀ ମହାପାତ୍ର ,ସଂଧ୍ୟାରାଣୀ ମହାପାତ୍ର , ବିଶ୍ୱ ଭାରତୀ ମହାରଣା, ମମତା ସାହୁ ଓ ରଂଜିତା ମିଶାଲ ସଂପୃକ୍ତ ସ୍ଥାନରେ ବନ୍ଦେ ମାତରମ୍ ପାଳନ କରିଥିଲେ ।

