Homelocalସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

ସୁବର୍ଣ୍ଣପୁର, (୨୫/୦୯):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଟାଉନ ହଲଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି (Vidio Conference) ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି ।WhatsApp Image 2026 09 26 at 06.36.01 1

ଏହି ଅବସରରେ ଜିଲ୍ଲାର ଟାଉନ ହଲଠାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପଜିଲ୍ଲାପାଳ ଡ. ସୋମ୍ୟରୂପା ରଥ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଦୀଗଶିରା, ଡୁଙ୍ଗୁରିପାଲିଠାରେ ଏକ ଆଦର୍ଶ ମଣ୍ଡି ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଥିଲା । ଜାତୀୟ କମ୍ପ୍ୟୁଟର ସେବାରେ ଓଡ଼ିଶାରେ ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।WhatsApp Image 2026 09 26 at 06.36.02

ଛଅଟି ସୋସାଇଟିର ୬୮୪ ଜଣ ଚାଷୀ ଲାଭାଂଶ ପାଇଥିବା ବେଳେ ଏଥିପାଇଁ ଜିଲ୍ଲାରୁ ୨୪ ଜଣ ଚାଷୀ ଚୟନ ହୋଇ ଭୁବନେଶ୍ୱର ଯାଇଥିଲେ । ଜିଲ୍ଲାରେ ୭୫ଟି ପେକ୍ସ ମଧ୍ୟରୁ ୬୫ଟି ପେକ୍ସରେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ହୋଇସାରିଛି । ଜିଲ୍ଲାରେ ୯୧ଟି ମଣ୍ଡି ରହିଛି । ଏହି କାର୍ଯ୍ୟକ୍ରମକୁ ଡିଆରସିଏସ୍‌ ଭବାନୀ ଶଙ୍କର ଦାସ ଆୟୋଜନ କରିଥିବା ବେଳେ ଏଆରସିଏସ୍‌ ନାରାୟଣ ସେଠୀ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments