ଯାଜପୁର, (୧୬/୧୦) : ଆପ୍ର : ଷଷ୍ଠୀ ପାଇଁ କ୍ଷେତ୍ରେଶ୍ୱରୀ ମାଆ ବିରଜାଙ୍କ ପୀଠ ଚଳଚଞ୍ଚଳ । ପବିତ୍ର ଷଷ୍ଠୀ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ ।
ମାଆଙ୍କ ଗର୍ଭ ଗୃହରେ ମାଆଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତକାଲି ରାତିରେ ମାଆଙ୍କ ପୀଠରେ ମହାପଞ୍ଚମୀ ଅବସରରେ ସୁନାବେଶ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ। ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

