Homebreaking newsଭିଜିଲାନ୍ସ ଜାଲରେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ

ଭିଜିଲାନ୍ସ ଜାଲରେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ

କଟକ, (୨୬/୦୯) : ଆପ୍ର : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ ।

ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଅଭିଯୋଗକାରୀ ନିଜ ମା’ଙ୍କ ନାଁରେ ୧୬ ଡେସିମିଲ ଜମି କିଣିବା ପାଇଁ ୨୦୨୫ ନଭେମ୍ବର ୨୯ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁମତି ନିମନ୍ତେ ଆବେଦନ କରିଥିଲେ । ଜମି ମାଲିକ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଏହି ଜମି କିଣାବିକା ପାଇଁ ସରକାରୀ ଅନୁମତି ଆବଶ୍ୟକ ଥିଲା। ତେବେ ଫାଇଲ୍ ଆଗକୁ ବଢ଼ାଇବାରେ ବିଳମ୍ବ କରିବା ସହ ପ୍ରସନ୍ନ କୁମାର ସାହାଣୀ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା। ମୋଟ ୪୮ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୪୦ ହଜାର ଟଙ୍କାକୁ ହ୍ରାସ କରିଥିଲେ ।

ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା । ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ତାଙ୍କଠାରୁ ୪୦ ହଜାର ଟଙ୍କା ଜବତ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ନେଇ ପ୍ରସନ୍ନଙ୍କର ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments