ଭୁବନେଶ୍ୱର, (୧୬/୧୦) : ଆପ୍ର : ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ ଏନଏଚ ଅବରୋଧ କଲା କଂଗ୍ରେସ । ଛାତ୍ର ସଂସଦ ନିର୍ବାଚନ ପରେ ଭୋଟ ଗଣତି ବିଳମ୍ବକୁ ବିରୋଧ କରି କଂଗ୍ରେସ ଏବଂ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଛନ୍ତି ।
ସନ୍ଧ୍ୟା ୫ଟା ଭିତରେ ନିର୍ବାଚଳ ଫଳାଫଳ ପ୍ରକାଶ କରିବାକୁ ସରକାରୀ ନିର୍ଦ୍ଦେଶନାମା ଥିବା ବେଳେ ମାତ୍ରାଧିକ ବିଳମ୍ବକୁ ନେଇ ପ୍ରତିବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । ନିର୍ବାଚନ ଶେଷ ହେବାର ୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଫଳାଫଳ ପ୍ରକାଶିତ ହୋଇ ନ ଥିବାରୁ ତୀବ୍ର ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । କେତେ ରାଉଣ୍ଡ ରେ କେଉଁ ଦଳ ଲିଡ଼ ନେଉଛନ୍ତି ତାହାର ମଧ୍ୟ କୌଣସି ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଭୋଟ କାଉଟିଂ ତଥ୍ୟ ପ୍ରଦାନ କରାନ ଗଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଓ ପ୍ରାର୍ଥୀ ।

