Homelocalଏସ୍‌ଆଇଆର୍‌ ପ୍ରକ୍ରିୟା ; ଜାନୁଆରୀ ୧୦ରେ ସାନି ଚୂଡ଼ାନ୍ତ ଭୋଟର ତାଲିକା

ଏସ୍‌ଆଇଆର୍‌ ପ୍ରକ୍ରିୟା ; ଜାନୁଆରୀ ୧୦ରେ ସାନି ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର, (୧୬/୧୦) : ଆପ୍ର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପରେ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଭୋଟର୍‌ ଏବଂ ୨୦୨୭ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଘରକୁ ଘର ଯାଞ୍ଚ ଚାଲିଛି ।

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ । ଯାଞ୍ଚ ସରିବା ପରେ ୨୦୨୭ ଜାନୁଆରୀ ୧୦ରେ ସାନି ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ୩୧ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୪୭ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ), ୭୧୯ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ), ୪୫୪୦ ବୁଥ୍‌ସ୍ତରୀୟ ସୁପରଭାଇଜର୍‌ ଏବଂ ୪୫,୨୫୦ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଏହି କାର୍ଯ୍ୟ କରୁଛନ୍ତି । ନିର୍ବାଚନୀ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ କିମ୍ବା ଫର୍ମ-୬ ପୂରଣ କରିବାରେ ସହାୟତା ଆବଶ୍ୟକ ପଡୁଥିଲେ, ବିଏଲଓଙ୍କ ସହ ଯୋଗାଯୋଗ କରିପାରିବେ।
ଫର୍ମ-୬ ନୂତନ ମତଦାତାଙ୍କ ପାଇଁ ଆବେଦନ ଫର୍ମ ରହିଛି ।

ମତଦାତା ପଞ୍ଜୀକରଣ ଏକ ବର୍ଷ ବ୍ୟାପୀ ନିରନ୍ତର ପ୍ରକ୍ରିୟା। ଯେକୌଣସି ନୂତନ କିମ୍ବା ତତ୍କାଳୀନ ବାଦ୍ ପଡ଼ିଥିବା ମତଦାତା ବର୍ଷର ଯେକୌଣସି ସମୟରେ ଫର୍ମ-୬ ମାଧ୍ୟମରେ ନିଜ ନାମ ଭୋଟର ତାଲିକାରେ ସାମିଲ କରାଇପାରିବେ । ସେହିପରି ଫର୍ମ-୭ ତତ୍କାଳୀନ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ପ୍ରସ୍ତାବ ବିରୋଧରେ ଆପତ୍ତି କିମ୍ବା ନାମ ବାଦ୍ ଦେବା ପାଇଁ ଆବେଦନ। ଫର୍ମ-୮ ବାସସ୍ଥାନ ସ୍ଥାନାନ୍ତର, ତତ୍କାଳୀନ ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ, ଭୋଟର୍‌ ପରିଚୟପତ୍ର ବଦଳାଇବା କିମ୍ବା ଦିବ୍ୟାଙ୍ଗ ଭୋଟର୍‌ ଭାବେ ଚିହ୍ନିତ କରିବା ପାଇଁ ମତଦାତାଙ୍କ ଆବେଦନ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments