Homelocalଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କୋଲନରା, (୨୩/୦୭) : ଆପ୍ର : ତା. ୨୨.୦୭.୨୦୨୬ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, କୋଲନରା ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୋଲନରା ସ୍ଥିତ ପଞ୍ଚାୟତ ସମିତି ଅଫିସ୍‌ ପରିସରରେ ଅନୁଷ୍ଠିତ ହୋଇଅଛି ।WhatsApp Image 2026 07 22 at 23.36.51 1

ଉକ୍ତ ଦିବସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଲନରା, ଶ୍ରୀମତୀ ରୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, କୋଲନରା ବ୍ଲକର ସମସ୍ତ କର୍ମଚାରୀ ବୃନ୍ଦ ଓ ରାୟଗଡ଼ ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ସଂଘର ସଦସ୍ୟ ଶ୍ରିନୁ ବିଭାର ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୩୫ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆଶା ବାଡି ପ୍ରଦାନ କରାଗଲା।

ଏତଦବ୍ୟତୀତ, ୬ ଜଣ ଭିନ୍ନକ୍ଷମଙ୍କୁ, ଭିନ୍ନକ୍ଷମ ପ୍ରମାଣ ପତ୍ର ଓ ୨ ଜଣ ଭିନ୍ନକ୍ଷମଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଗଲା । ଉକ୍ତ ଶିବିରରେ ୬୭ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ଶିବିରକୁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, କୋଲନରା, ଶ୍ରୀ ବିଶ୍ବଜିତ ସିଂହସାମନ୍ତ, କନିଷ୍ଠ ସହାୟକ, ଶ୍ରୀମତୀ ଶିଳ୍ପିକା ମହାନ୍ତି, ପ୍ରୋଗ୍ରାମ୍ ସହାୟକ, ଶ୍ରୀ ରାଜଶେଖର ପେଦିନା ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments