Homelocalଡାକୁଲୁଗୁଡା ସ୍କୁଲ ଛାତ୍ର ଚନ୍ଦୁ ର ମୃତ୍ୟୁ ଓ ପରେ ଶବ ନେବା ନିମନ୍ତେ ଆମ୍ବୁଲାନ୍ସ...

ଡାକୁଲୁଗୁଡା ସ୍କୁଲ ଛାତ୍ର ଚନ୍ଦୁ ର ମୃତ୍ୟୁ ଓ ପରେ ଶବ ନେବା ନିମନ୍ତେ ଆମ୍ବୁଲାନ୍ସ (ଶବ ବାହିନୀ ଗାଡି) ନ ମିଳିବା ର ଉଚ୍ଚସ୍ତରୀୟ ର ତଦନ୍ତ ଦାବୀ କରିଲା ବିଜେଡି

ରାୟଗଡା, (୧୦/୦୭) : ଆପ୍ର : ରାୟଗଡା ଜିଲ୍ଲାର କୋଲନରା ବ୍ଲକର ଡକୁଲୁଗୁଡା ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଚନ୍ଦୁ ଉଲାକାଙ୍କ ମ୍ୟାଲେରିଆରେ ମୃତ୍ୟୁ ଘଟଣା ସମଗ୍ର ରାୟଗଡା ଜିଲ୍ଲାକୁ ସ୍ତବ୍ଧ କରିଦେଇଛି ।

ଏହା ଠାରୁ ଆହୁରି ଅଧିକ ହୃଦୟବିଦାରକ ଘଟଣା ହେଉଛି, ସମୟରେ ଆମ୍ବୁଲାନ୍ସ ( ଶବ ବାହିନୀ ଗାଡି ) ନମିଳିବାରୁ ଜଣେ ବାପାଙ୍କୁ ନିଜ ପୁଅର ମୃତଦେହକୁ ବାଇକରେ ନିଜ ଘର ମୁକୁନ୍ଦ ପୁର ନିକଟସ୍ଥ ଲାଳବି ଗାଁ ନିଜ ଘରକୁ ନେବାକୁ ବାଧ୍ୟ ହେଲେ l ରାୟଗଡ ବିଜୁ ଜନତା ଦଳ ଓଡିଶା ପକ୍ଷରୁ ସ୍ୱର୍ଗତ ଚନ୍ଦୁ ଉଲାକାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଏହି ଅପୂରଣୀୟ କ୍ଷତି କେବେ ବି ପୂରଣ ହୋଇପାରିବ ନାହିଁ ।

ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ ଏହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଦିବାସୀ ଅଞ୍ଚଳର ଚିକିତ୍ସା ସେବା ଏବଂ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ଅବସ୍ଥା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଜଣେ ଅସୁସ୍ଥ ଛାତ୍ରଙ୍କୁ ଯଥାସମୟରେ ଉନ୍ନତ ଚିକିତ୍ସା ମିଳିଲା କି? ମୃତଦେହ ପରିବହନ ପାଇଁ ଆମ୍ବୁଲାନ୍ସ କାହିଁକି ଉପଲବ୍ଧ ହେଲା ନାହିଁ? ଏହି ସମସ୍ତ ପ୍ରଶ୍ନର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେବା ଆବଶ୍ୟକ ବୋଲି ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଦାବୀ କରିଛନ୍ତି ।

ଠିକ ସେହିପରି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୋରୀ ଶଙ୍କର ରାଓ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନୁସୟା ମାଝୀ ଓ ରାଜ୍ୟ ବିଜେଡି ଉପସଭାପତି ସୁଧୀର ଦାସ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ, ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ଯଦି କୌଣସି ସ୍ତରରେ ଅବହେଳା କିମ୍ବା ତ୍ରୁଟି ଥାଏ, ତେବେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯାଉ । ସେହିପରି ଶୋକାକୁଳ ପରିବାରକୁ ଯଥୋଚିତ ସହାୟତା ଓ ସମର୍ଥନ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି ।

ସରକାରଙ୍କ ନିକଟରେ ଆମର ନିବେଦନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ପ୍ରତିରୋଧ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉ। ସେବାଶ୍ରମ ଓ ଆବାସିକ ବିଦ୍ୟାଳୟରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଜରୁରୀ ଚିକିତ୍ସା ଓ ଅଭିଭାବକଙ୍କ ସହ ତ୍ୱରିତ ସମନ୍ୱୟ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ। ପ୍ରତ୍ୟେକ ଦୁର୍ଗମ ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ସେବାକୁ ଅଧିକ କାର୍ଯ୍ୟକ୍ଷମ ଓ ସମୟୋପଯୋଗୀ କରାଯାଉ।ଭବିଷ୍ୟତରେ କୌଣସି ପରିବାର ଏଭଳି ଅମାନବିକ ପରିସ୍ଥିତିର ସମ୍ମୁଖୀନ ନହୁଅନ୍ତୁ, ସେଥିପାଇଁ ଠୋସ୍ ଓ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଜିଲ୍ଲା ବିଜେଡି ଦାବୀ କରିଛି ଓ ଗୋଟିଏ ସଭ୍ୟ ସମାଜର ପରିଚୟ କେବଳ ବିକାଶର ବଡ଼ ବଡ଼ ଘୋଷଣାରେ ନୁହେଁ, ବରଂ ସବୁଠାରୁ ଦୁର୍ବଳ ଓ ଅସହାୟ ନାଗରିକଙ୍କୁ ସମୟରେ ଚିକିତ୍ସା ଓ ସମ୍ମାନଜନକ ସେବା ଦେବାରେ ନିହିତ ଆବଶ୍ୟକ ବୋଲି ସୁଧୀର ଦାସ କହିଛନ୍ତି । ଚନ୍ଦୁ ଉଲାକାଙ୍କ ମୃତ୍ୟୁ ଆଉ ଏକ ପରିସଂଖ୍ୟାନ ହୋଇ ନରହୁ ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଏକ ସତର୍କ ସଙ୍କେତ ହେଉ ବୋଲି ମଧ୍ୟ୍ୟ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments