Homecrimeପୁରୁଷୋତ୍ତମପୁର ପୋଲିସକୁ ମିଳିଲା ବଡ଼ ସଫଳତା; ୬ ଅଭିଯୁକ୍ତଙ୍କୁ କଲେ କୋର୍ଟ ଚାଲାଣ, ସାମ୍ବାଦିକ ସମ୍ମିଳନୀରେ...

ପୁରୁଷୋତ୍ତମପୁର ପୋଲିସକୁ ମିଳିଲା ବଡ଼ ସଫଳତା; ୬ ଅଭିଯୁକ୍ତଙ୍କୁ କଲେ କୋର୍ଟ ଚାଲାଣ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସଡ଼ିପିଓ

ପୁରୁଷୋତ୍ତମପୁର, (୨୩/୦୭) : ଆପ୍ର : ଗାଡିଚୋରି ଘଟଣାରେ ସିସି ତିଭରେ ଜାଣି ଭାଟ କୁମାରଡ଼ା ଗ୍ରାମର ଶିବରାମ ସାହୁ ଏହିଚୋର ମାନଙ୍କ ବିଷୟରେ ଜାଣିଯିବା ପରେ ସେହିଗ୍ରାମର କିଛିବ୍ୟକ୍ତି ଓ ବାହାର ର କିଛି ଯୁବକ ମିଶି ମିଶି ଶିବରାମ ଙ୍କୁ ଏକ ଅନ୍ଧାରିଆ ଜାଗାକୁ ଡାକି ଏକ ଲକ୍ଷ ଟଙ୍କା ମାଗିବା ସହ ଶିବ ମନା କରିବାରୁ ତାଙ୍କୁ କିଛି ଅସ୍ତ୍ର ଦ୍ଵାରା ଆଘାତ କରିଥିଲେ ।WhatsApp Image 2026 07 23 at 06.44.49

ଏବଂ ଏହି ବିଷୟ ନିଜ ଘରେ ବାପା ମାଆଙ୍କୁ ଜଣାଇଲେ ଜୀବନରେ ମାରିଦେବୁ କହିଥିଲେ । ଏବଂ ତୁରନ୍ତ ଏକ ଲକ୍ଷ ଟଙ୍କା ଆଣି ଦେବୁ ବୋଲି କହିଥିଲେ । ଏହାଥିଲା ୧୮ ଜୁଲାଇ ରଥଟଣା, ଟଙ୍କା ନଦେବାରୁ ସେହି ଯୁବକ ମାନେ ୧୯ ତାରିଖ ଦିନ ସନ୍ଧ୍ୟ ସମୟରେ ଟଙ୍କା ନପାଇବାରୁ ତାଙ୍କ ଘରପାଖକୁ ଯାଇ ଗଣ୍ଡଗୋଳ କରି ଶିବରାମ ଙ୍କୁ ଆକ୍ରମଣ କରିଥିଲେ । ଏହାଦେଖି ଘରର ବାପା, ମାଆ ପୁଅକୁ ରକ୍ଷା କରିବାକୁ ଯାଇ ସେମାନେ ମଧ୍ୟ ମାଡ଼ ଖାଇଥିଲେ । ଏପଟେ ଶିବରାମ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଭାଟ କୁମରଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ଚିକିତ୍ସା ପାଇଁ ନେଇଥିଲେ । ୨୦ ତାରିଖ ଦିନ ଶିବରାମ ଙ୍କ ମାଆ ପୁରୁଷୋତ୍ତମପୁର ଥାନାରେ ଏହି ଅଭିଯୁକ୍ତ ମାନଙ୍କ ନାମରେ ଏତେଲା ଦେଇଥିଲେ ।

ଥାନା ରେ କେସ ନଂ ୪୫୭/୨୬ ମାମଲା ରୁଜ୍ଜୁ କରିଥିଲେ । ତେବେ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଏହି ଘଟଣା କୁ ଥାନା ଆଇ ଆଇ ସି କୁଲମଣୀ ସେଠୀ ଏସଡ଼ି ପିଓ ସୁଜିତ ନାୟକ ଙ୍କ ସହ କଥାବାର୍ତ୍ତା କରି ଏହି କେଶ ର ତଦନ୍ତ କାରି ଅଧିକାରୀ ଏସ ଆଇ ଦେବାଶିଷ ମିଶ୍ର ମିଶି ଫେରାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ତେବେ ଘଟଣା ଘଟିବାର ଦୁଇଦିନ ନପୂରୁଣୁ ଅଭିଯୁକ୍ତ ମାନଙ୍କୁ ଧରିବା ସହ ସେମାନେ ବ୍ୟବହୃତ କରିଥିବା ଜିନିଷ କୁ ଜବତ କରି 6 ଅଭିଯୁକ୍ତ ଙ୍କୁ କୋର୍ଟ ଫାରୁଆଡ଼ କରି ଏହି ବିଷୟ ରେ ସାମ୍ବାଦିକ ସମ୍ମିଳନୀ ରେ ଏସଡ଼ି ପିଓ ସୂଚନା ଦେଇଥିଲେ ।WhatsApp Image 2026 07 23 at 06.44.50

ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏହାସହ ସେମାନଙ୍କ ନିକଟରୁ ଗୋଟିିଏ ବନ୍ଧୁକ, ଦୁଇଟି ଜୀବନ୍ତଗୁଳି, ଏକ ଖଣ୍ଡା,୩ଟି ମୋବାଇଲ, ପଲସର ବାଇକ୍‌ ନଂ ଓଡି ୦୭ ବିଏ ୧୪୯୫କୁ ଜବତ କରିଛନ୍ତି । ଗିରଫ ଅଭିୁକ୍ତମାନେ ହେଲେ ଭାଟକୁମରଡ଼ା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଆକାଶ ପଲେଇ(୨୫), ସୁଧୀର ନାହାକ( ୨୦), ବବୁଲୁ ଗୌଡ(୨୦),ବିଭୂ ଗୌଡ଼(୧୯), ଓମ୍‌ ଓରଫ ଶିବଶମ୍ଭୁ ଗୌଡ଼(୧୯) ଓ ହରିହର ଛାଟେଇ (୨୦)। ଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ଏମାନଙ୍କ ସମେତ ଏହି ଗ୍ୟାଙ୍ଗରେ ଆହୁରି କିଛି ଅଭିଯୁକ୍ତ ଥିବାବେଳେ ସେମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବା ସହ ଏହାର ଆହୁରି ଅଧିକ ତଦନ୍ତ ଚାଲିଥିବା ନେଇ ପୋଲିସ କହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments