ରାୟଗଡା, (୦୬/୧୧) : ଆପ୍ର : ଜାଣନ୍ତୁ କେଉଁ କେଉଁ ଜାଗାରେ ହୋଇଛି ଚଢାଉ । ରାୟଗଡ଼ା ଟ୍ରକ୍ ମାଲିକ ସଂଘରେ ଆର୍ଥିକ ଅନିୟମିତତା ମାମଲା, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା EOW ପକ୍ଷରୁ ଚଢ଼ାଉ ଜାରି ।
EOWର ୮ଟି ଟିମ୍ ପକ୍ଷରୁ ୧୧ଟି ସ୍ଥାନରେ ଏକକାଳୀନ ଚଢାଉ । ରାୟଗଡ଼ାର ରାଣିଗୁଡ଼ା ଫାର୍ମରେ ଏନ ଭାସ୍କର ରାଓଙ୍କ ଘରେ ଚଢାଉ । ରାୟଗଡ଼ା ପିଟଲା ସାହିରେ । ବି. ମନ୍ମଥ ରାଓଙ୍କ ଘର । ରୟତ କଲୋନୀରେ ଜି. କୃଷ୍ଣାଙ୍କ ଘର । କପିଳାସ ହୋଟେଲ ସମ୍ମୁଖ ଏବଂ GDC କାରଖାନା ନିକଟରେ ଥିବା ରାୟଗଡ଼ା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ପ୍ଲଟ୍ ନମ୍ବର ୬୫ରେ ଥିବା ଶ୍ରୀ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ । ଭୁବନେଶ୍ୱର ବରମୁଣ୍ଡା ଏଚ୍ବି କଲୋନୀ, ଏମ୍-୧୬୭ରେ ଥିବା ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡ୍ ।
ଭୁବନେଶ୍ୱରରେ ଥିବା ଆରି ଆଦିତ୍ୟ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ । ଭୁବନେଶ୍ୱର ଭୀମପୁର ପ୍ଲଟ୍ ନମ୍ବର ୨୨୩ରେ ଥିବା ଶ୍ରୀ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସେକ୍ଟର-ଏ, ବ୍ଲକ୍-ବି, ପ୍ଲଟ୍ ନମ୍ବର ୧୪୫ରେ ଥିବା ଶ୍ରୀ ବାଲାଜୀ ରିଅଲ୍ ଇଷ୍ଟେଟ୍ସ ଆଣ୍ଡ ଏଗ୍ରି ଡେଭଲପର୍ସ ସେହି ସ୍ଥାନରେ ଥିବା ଶ୍ରୀ ଆଦିତ୍ୟ ରିଅଲ୍ ଇଷ୍ଟେଟ୍ ଆଣ୍ଡ ଏଗ୍ରି ଡେଭଲପର୍ସ । ରାୟଗଡ଼ା ଗୌତମ ନଗରରେ ଥିବା ଶ୍ରୀ ଆଦିତ୍ୟ ଏଚ୍ପି ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସି ।

