Homelocalଗୁଣପୁରରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଗୁଣପୁରରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଗୁଣପୁର, (୧୨/୧୦) : ଆପ୍ର : ଆଜି ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 13 at 10.50.44

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ଼ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱମ୍ବର ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ । ଉପଖଣ୍ଡ ସ୍ତରୀୟ ଏହି ଜନ ଶୁଣାଣି ଶିବିରରେ ମୋଟ ୫୮ଟି ଅଭିଯୋଗର ପଞ୍ଜିକରଣ ହୋଇଥିବା ବେଳେ, ସେଥିରୁ ୪୨ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୁହିକ ଦରଖାସ୍ତର ଶୁଣାଣି ହୋଇଥିଲା । ଦୁଇ ଜଣଙ୍କୁ ବାର ହଜାର ଟଙ୍କାର ଆର୍ଥିକ ସହାୟତା ଜିଲ୍ଲାପାଳ ଆଜି ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗ ପତ୍ର ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପ୍ରେରଣ କରି ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ବିଶେଷକରି ରାସ୍ତା, ପାନୀୟ ଜଳ ଯୋଗାଣ, ଗ୍ରାମକୁ ବିଦ୍ୟୁତ ଯୋଗାଣ, ଭତ୍ତା, ନେଟୱାର୍କ, କ୍ରୀଡା ଭିତ୍ତିଭୂମି ଉନ୍ନତି ନିମନ୍ତେ ଦରଖାସ୍ତ ଭଳି ବିଭିନ୍ନ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପାରାଣୀ ବେହେରା, ବିନୋଦ କୁମାର ଗମାଙ୍ଗ, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା କୁମାରୀ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଯୋଗାଣ ଅଧିକାରୀ ଲଳିତ କୁମାର ପଟନାୟକ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ତହସିଲଦାର ଲୀଳାବତୀ ଆଚାର୍ଜି, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଉପଖଣ୍ଡ ଅରକ୍ଷୀ ଅଧିକାରୀ ବାବୁଲି ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ଶିବ ପ୍ରସାଦ ସାହୁ, ସେକ୍ସନ ଅଧିକାରୀ ଭାଡ଼ି ଶ୍ରୀନିବାସ ରାଓ, ବିନୋଦ ଶବର, ଜସ୍ମିନ ଦୋରା, ତପନ କୁମାର ରଥ ପ୍ରମୁଖ ପରିଚାଳନା କରିଥିବା ବେଳେ ଗୁଣପୁର ଆଦର୍ଶ ଥାନା ଅଧିକାରୀ କେକେବିକେ କଁହର ଓ ପୋଲିସ କର୍ମଚାରୀ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ । ଜଗଦୀଶ ପଣ୍ଡା, ସୋମନାଥ ଗମାଙ୍ଗ, ଲିଙ୍ଗରାଜ ପାଢୀ, ପ୍ରଭାତ ବାଉରୀ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments