Homelocalସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ର ଶୁଭାରମ୍ଭ

ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ର ଶୁଭାରମ୍ଭ

ସୁବର୍ଣ୍ଣପୁର, (୦୬/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ୨୦୨୬-୨୭ ବର୍ଷ ପାଇଁ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି ।

ଜିଲ୍ଲାପାଳ ଦେବାଶିଷ ସିଂହ ଏହି ଅଭିଯାନର ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣୀ ଦାଶ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ଶାଖା ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଯୁବପିଢ଼ିଙ୍କୁ ତମାଖୁ ଓ ନିଶା ଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରାଇବା ସହ ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଯୁବ ସଂଗଠନ ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଥିଲା । ଶେଷରେ ସମସ୍ତ ଅତିଥି ଓ କର୍ମଚାରୀ ତମାଖୁ ଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଶପଥ ନେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments