ଭୁବନେଶ୍ଵର, (୨୧/୦୭) : ଆପ୍ର : କମେଣ୍ଟ ମରାକୁ ନେଇ ରାଜଧାନୀରେ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ।
ଚିକିତ୍ସାଧୀନ ଅବସ୍ଥାରେ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ ଗତ ୧୫ ତାରିଖ ସନ୍ଧ୍ୟାରେ ଘରୁ ଘୋଷାଡ଼ି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯେଉଁଥିରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ମଙ୍ଗଳବାର ମାନେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।
ମୃତ ବ୍ୟକ୍ତି ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳ । ଏହି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଆଦିତ୍ୟ ଲେଙ୍କାକୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଶୀଲ ସ୍ୱାଇଁ ଫେରାର ରହିଛି। ଫେରାର ଅଭିଯୁକ୍ତକୁ ଧରିବାକୁ ଛାନଭିନ୍ କରୁଛି ପୋଲିସ । ସେହିପରି ଆଜି ଆବଶ୍ୟକ ପଡେ, ତେବେ ପୋଲିସ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

