ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

Date:

Share post:

ଭୁବନେଶ୍ଵର, (୦୯/୦୬) : ଆପ୍ର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି ।

ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇସୂଚନା ଦେଇଛନ୍ତି । କ୍ୟାବିନେଟରେ ସହରାଞ୍ଚଳ ଜଳତଟ ଯୋଜନାକୁ ମଞ୍ଜୁରୀ ମିଳିଛି । ଜଳତଟ ବିକାଶ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ମନୋନୀତ ସହରଗୁଡିକରେ ନଦୀତଟ ଏବଂ ସହରାଞ୍ଚଳ ଜଳଭଣ୍ଡାରଗୁଡିକ ପୁନର୍ଜୀବିତ କରିବା ।

ସେମାନଙ୍କୁ ସୁଗମ ଏବଂ ପରିବେଗତ ଭାବେ ସ୍ଥାୟୀ ସାର୍ବଜନୀନ ସ୍ଥାନରେ ପରିଣତ କରିବା । ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଆର୍ଥିତ ବିକାଶକୁ ପ୍ରୋତ୍ସାହିତ କରିବା । ଏହି ଅନୁମୋଦନ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୌରସଂସ୍ଥା ସହିତ ସହଯୋଗରେ ଯୋଜନାର ବ୍ୟାପକ ଯୋଜନା କାର୍ଯ୍ୟାନ୍ବୟନ କରିବାକୁ ଅନୁମତି ମିଳିଛି। ସେହିପରି ସହରରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । ସହରାଞ୍ଚଳରେ ପିଏମ ଆବାସ ପାଇଁ ପଞ୍ଜିକରଣ ଫି ଓ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି ।

ଏହି ପ୍ରସ୍ତାବିତ ରିଆୟତି ଦ୍ବାରା ରାଜ୍ୟର ସହରାଞ୍ଚଳ ଇଡବ୍ଲ୍ୟଏସ ବର୍ଗର ଉପଭୋକ୍ତାମାନେ ବ୍ୟାପକ ଆର୍ଥିକ ସୁବିଧା ପାଇବେ। ଖୋର୍ଦ୍ଧା କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲର ବିକାଶ ପ୍ରକଳ୍ପର ଟେଣ୍ଡର ପକ୍ରିୟାକୁ ଅନୁମୋଦନ କରାଯାଇଛି। ଯାହା ଇଡକୋ ମାଧ୍ୟମରେ କାର୍ଯ୍ୟକାରୀ ହେବ। ୨୧୦.୩୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ହେବ। ୨୪ ମାସ ଅବଧି ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ସେହିପରି ବିଡିଏ ଅଧୀନସ୍ଥ ଟାଉନ ପ୍ଲାନିଂ ସ୍କିମ ନିମେନ୍ତ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟାନ୍ବୟନ ସହିତ ଇଞ୍ଜିନିୟରିଂ, କ୍ରୟ, ନିର୍ମାଣ ଚୁକ୍ତିନାମା ଅନ୍ତର୍ଗତ ୫ ବର୍ଷ ନିମେନ୍ତ ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ପ୍ରକଳ୍ପର ଟେଣ୍ଡର ଓ ବିଡିଂ ପ୍ରକ୍ରିୟା ଅନମୋଦନ କରାଯାଇଛି। ଏଥିରେ ମହାନଦୀ ସ୍ଥିତ ନରାଜ ଡବଲୁଟିପିରୁ ଘାଟିକିଆ ସ୍ଥିତ ଏମବିଆରରୁ ଜଳ ଆହରଣ ।

କ୍ଲିଅର ଓ୍ବାଟର ଗ୍ରାଭିଟି ମୋନ ବିଛାଣ ଅନ୍ତର୍ଭୁକ୍ତ ରହିଛି।ସମ୍ବଲପୁରବାସୀଙ୍କ ପାଇଁ କ୍ୟାବିନେଟ୍ ଏକ ବଡ଼ ଉପହାର ଦେଇଛନ୍ତି। ମହାନଦୀ ଜଳାଶୟରେ ‘ଅଯୋଧ୍ୟା ସାଗର’ ପ୍ରକଳ୍ପ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିସହ ବାରାଣସୀ ଶୈଳୀରେ ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ଭବ୍ୟ ‘ଆଳତି ଘାଟ’ ନିର୍ମାଣ ହେବ, ଯାହା ପର୍ଯ୍ୟଟନ ଓ ପାନୀୟ ଜଳ ଯୋଗାଣରେ ସହାୟକ ହେବ। ସେହିପରି ଦୂଷିତ ହେଉଥିବା ଗଙ୍ଗୁଆ ନାଳର ଜଳ ବିଶୋଧନ ପାଇଁ ୧୦୮.୯ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବହୁ ପ୍ରତୀକ୍ଷିତ ନୟାଗଡ଼ର ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

LEAVE A REPLY

Please enter your comment!
Please enter your name here

spot_img

Related articles

ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ, (୦୯/୦୬) : ଆପ୍ର : ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା...

ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ବଲାଙ୍ଗିର, (୦୯/୦୬) : ଆପ୍ର : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ଫିସରି ଅଫିସ ନିକଟରେ ଟ୍ରକ୍ ଧକ୍କାରେ ୨ଜଣ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ମୃତ...

ପାନୀୟ ଜଳ ସମସ୍ୟା ନେଇ ୨୦୦୦/- କୋଟି ଟଙ୍କା ହଡ଼ପ ଚକ୍ରାନ୍ତ ନେଇ ଭିଜିଲାନ୍ସ ତଦନ୍ତ ସହ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଦାବୀ

ବଲାଙ୍ଗୀର/ଟିଟିଲାଗଡ, (୦୯/୦୬) : ଆପ୍ର : ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ସରକାର ବଲାଙ୍ଗୀର ଜିଲ୍ଲା ର ତତତଲାଗଡ ରୂପେ...

ଭଦ୍ରକ ପୋଲିସକୁ ବଡ ସଫଳତା,ସାଇବର ଠକେଇରେ ୩ ଗିରଫ

ଭଦ୍ରକ, (୦୯/୦୬) : ଆପ୍ର : ଭଦ୍ରକ ଜିଲ୍ଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଏକ ବଡ ଧରଣର ସାଇବର ଅପରାଧ...