Homeaccidentଭୟଙ୍କର ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ଡ୍ରାଇଭର ଆହତ

ଭୟଙ୍କର ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ଡ୍ରାଇଭର ଆହତ

ଭୁବନେଶ୍ବର, (୨୧/୦୭) : ଆପ୍ର : ଖଣ୍ଡଗିରି ଓଭରବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା । ଆଗରେ ଟ୍ରକ, ପଛରେ ଟ୍ରଲର ।

ମାଲ ବୋଝେଇ ଟ୍ରକ ଉପରେ ମାଡ଼ିଗଲା ମାଲ ବୋଝେଇ ଟ୍ରଲର । ଖୋର୍ଦ୍ଧା ଆଡ଼କୁ ଯିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା ଟ୍ରଲର । ଭୟଙ୍କର ଭାବରେ ଚାପିହୋଇଗଲେ ଟ୍ରଲର ଡ୍ରାଇଭର । ଅଗ୍ନିଶମ ଓ ପୋଲିସର ମିଳିତ ପ୍ରୟାସରେ ଦୀର୍ଘ ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । କଟରରେ କାଟି ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଟ୍ରଲରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ୍‌ ଜାମ୍ ଥିବାରୁ ଗାଡ଼ି ଅଟକି ରହିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments