ସୁବର୍ଣ୍ଣପୁର, (୨୧/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଙ୍ଘ ପକ୍ଷରୁ ପାପକ୍ଷୟ କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରବୀନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏଇ ବୈଠକରେ ବିନିକା ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅର୍ଦ୍ଧ ନିର୍ମିତ ସାମ୍ବାଦିକ ଭବନର କାମ ଶୀଘ୍ର ସାରିବା ସହ ସାମ୍ବାଦିକ ମାନେ ଏକତ୍ରିତ ହୋଇ ସମାଜର ହିତକାମ କରିବା ପାଇଁ କହିଥିଲେ ।ସେହିପରି ଏହି ବୈଠକରେ ବିନିକାକୁ ସବଡ଼ିଭିଜନ ଘୋଷଣାରେ ବିଳମ୍ବ ଓ ପ୍ରସ୍ତାବିତ ନୂତନ ରେଳ ଲାଇନ ପ୍ରକଳ୍ପ ବରପାଲି – ରାମପୁର – ବିନିକା ଦେଇ ସୋନପୁରକୁ ଅହେତୁକ ବିଳମ୍ବ ହେଉଥିବାରୁ ବିଭାଗୀୟ ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ, ସାଂସଦଙ୍କୁ ଭେଟି ଶୀଘ୍ର ଦାବୀ ଗୁଡିକୁ ପୁରଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଶେଷରେ ସାମ୍ବାଦିକ ମୁକେଶ ବଗର୍ତି ଧନ୍ୟବାଦ ଦେଇଥିଲେ । ତେବେ ଏଇ ବୈଠକରେ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ଦିଲ୍ଲୀପ ସାହୁ, ଧୃବରାଜ ମିଶ୍ର, ରାମଗୋପାଳ ବାଘ, ମୁରଲୀ ଧର ସାହୁ,ଶାନ୍ତନୁ ପଣ୍ଡା, ଦଧିବାମନ ନାୟକ, ସଦାନନ୍ଦ ପଧାନ, ନରସିଂହ ପଧାନ, ଅଶୋକ ପଣ୍ଡା, ଅଶ୍ୱିନୀ ନେପାକ ପ୍ରମୁଖ ଯୋଗଦାନ କରିବା ସହ ଆଗାମୀ ଦିନରେ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ କାମ କରିବା ସହ ସାମ୍ବାଦିକ ସଂଘକୁ ମଜବୁତ କରିବା ପାଇଁ ଆଲୋଚନା ମଧ୍ୟ ହୋଇଥିଲା ।

