Homelocalରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ବଡ଼ ଉପହାର, ମିଳିବ ସୁଭଦ୍ରା ଟଙ୍କା

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ବଡ଼ ଉପହାର, ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର, (୧୭/୦୮) : ଆପ୍ର : ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଅଗଷ୍ଟ ୨୮ରେ ମିଳିବ ସୁଭଦ୍ରା ଯୋଜନା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

ନୟାଗଡ଼ରେ ହେବ ସୁଭଦ୍ରା ରାଜ୍ୟସ୍ତରୀୟ ସମାରୋହ । ଏକ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୨୮ ସୁଦ୍ଧା ଆବେଦନକାରୀଙ୍କୁ ମିଳିବ ଟଙ୍କା । ବାଦ ପଡ଼ିଥିବା ଯୋଗ୍ୟଙ୍କୁ ମିଳିବ ପାଞ୍ଚ କିସ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ପାଞ୍ଚ କିସ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ବିଶେଷ କରି ପୂର୍ବରୁ କୌଣସି କାରଣରୁ ସୁଭଦ୍ରା ଯୋଜନାର କିସ୍ତିରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମଧ୍ୟ ଆସିଛି ଖୁସି ଖବର । ସେମାନଙ୍କୁ ଏକାସଙ୍ଗେ ପାଞ୍ଚଟି କିସ୍ତିର ଟଙ୍କା ମିଳିବ ବୋଲି ସୂଚନା ଦିଆଯାଇଛି । ଅର୍ଥାତ୍, ଯେଉଁ ଯୋଗ୍ୟ ମହିଳାମାନେ ପୂର୍ବ କିସ୍ତିରୁ ବାଦ ପଡ଼ିଥିଲେ, ଯୋଗ୍ୟତା ପୂରଣ କରିଥିଲେ ସେମାନଙ୍କୁ ବକେୟା କିସ୍ତି ସହ ଏକାସଙ୍ଗେ ଟଙ୍କା ପ୍ରଦାନ କରାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଅଗଷ୍ଟ ୨୮ରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବାକୁ ଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ତେବେ କେଉଁ ହିତାଧିକାରୀଙ୍କୁ କେତେ ଟଙ୍କା ମିଳିବ ଏବଂ ଟଙ୍କା ହସ୍ତାନ୍ତର ପ୍ରକ୍ରିୟା ନେଇ ସରକାରଙ୍କ ପକ୍ଷରୁ ଆହୁରି ବିସ୍ତୃତ ସୂଚନା ଦିଆଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments