ରାୟଗଡା, (୧୬/୮) : ଆପ୍ର : ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦାୟିତ୍ୱହୀନତା ଓ ଅବହେଳା ଯୋଗୁଁ ଆବାସିକ ବିଦ୍ୟାଳୟରେ ଅଘଟଣ ଦିନକୁ ଦିନ ବୃଦ୍ଧି ପାଉଛି ।
ପୁଣି ଜଣେ ଛାତ୍ର ମୃତ୍ୟୁ କରିଛନ୍ତି ରାୟଗଡା ଜିଲ୍ଲାରେ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ପଢ଼ୁଥିବା ୧୩ ବର୍ଷୀୟ ଜିସା୍ୟୁ ପୁଆଲା । କୋଲନରା ବ୍ଲକ କାଟିକଣା ପଞ୍ଚାୟତ ରୁପୁଣି ଗ୍ରାମର ସିତୁ ପୁଆଲାଙ୍କ ପୁଅ । ମିଳିଥିବା ସୂଚନା ଅନୁଯାୟୀ, ଜିସା୍ୟୁ ସ୍କୁଲରେ ଥିବା ସମୟରେ ମ୍ୟାଲେରିଅ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଇଥିଲା । ପିଲାର ଦେହ ଦେହ ଖରାପ ହେବାସମ୍ପର୍କରେ ବିଦ୍ୟାଳୟର ଛାତ୍ର ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ବାପା ସିତୁ ପୁଆଲା ଗତ ଶୁକ୍ରବାର ଦିନ ସ୍କୁଲରେ ପହଞ୍ଚି ପୁଅକୁ ନିଜ ଘରକୁ ଆଣିଥିଲେ । ଘରେ ଥିବା ବେଳେ ପିଲାର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା । ଫଳରେ ଆଜି ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜିସା୍ୟୁ ମୃତ୍ୟୁବରଣ କରିଥିଲେ ।
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଛାତ୍ର ଜଣଙ୍କୁ ମ୍ୟାଲେରିଆ ହୋଇଥିଲା ନା ଅନ୍ୟ କଣ ରୋଗ ହୋଇଥିଲା ବିଭାଗୀୟ ସୂଚନା ମିଳି ପାରିନାହିଁ । ଖବର ପାଇବା ପରେ ମୁକୁନ୍ଦପୁର ଫାଣ୍ଡି ପୁଲିସ ଡି ଏଚ ଏଚ ରେ ତଦନ୍ତ ପାଇଁ ପହଁଚିଛି । ଏଯାଏଁ ବିଦ୍ୟାଳୟ କର୍ତୃପକ୍ଷ ଏଯାଏଁ କେହି ପହଞ୍ଚି ନଥିବା ଜଣାପଡିଛି । କୋଲନରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଘଟଣାରେ ତଦନ୍ତ କରିବେ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

