Homelocalଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ ! ସେପ୍ଟେମ୍ବର ୬ରେ ଆସିବ...

ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ ! ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ

ଭୁବନେଶ୍ୱର, (୦୬/୦୭) : ଆପ୍ର : ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ । ସେପ୍ଟେମ୍ବର ୬ରେ ଆସିବ ଫାଇନାଲ୍ ଭୋଟର ଲିଷ୍ଟ ।

ଆଜିଠୁ ଆପତ୍ତି ଅଭିଯୋଗ ଆରମ୍ଭ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ CEOଙ୍କ ପକ୍ଷରୁ ରାଜ୍ୟରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଭାଗ ସ୍ଵରୂପ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି । ଏହା ସହିତ ରାଜ୍ୟରେ ନୂତନ ନାମ ସାମିଲ, ସଂଶୋଧନ କିମ୍ବା ଆପତ୍ତି ଅଭିଯୋଗ ଦାଖଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟସୀମା ଆରମ୍ଭ ହୋଇଯାଇଛି । ଏହି ସଂଶୋଧନ ପ୍ରକ୍ରିୟା ସମୟରେ ଚିଠା ଭୋଟର ତାଲିକାରୁ ପ୍ରାୟ ୨୦ଲକ୍ଷରୁ ଅଧିକ ନାମ ବାଦ୍ ଦିଆଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ଲକ୍ଷ୍ୟରେ ନକଲି, ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ଏବଂ ମୃତ ଭୋଟରଙ୍କ ନାମକୁ ଏହି ତାଲିକାରୁ ହଟାଇ ଦିଆଯାଇଛି ।

ନାଗରିକମାନେ ଚିଠା ତାଲିକା ଉପରେ ନିଜର ଆପତ୍ତି କିମ୍ବା ନୂତନ ଦାବି ଆଜି ଠାରୁ ଆସନ୍ତା ଅଗଷ୍ଟ ୪ ପର୍ଯ୍ୟନ୍ତ ଦାଖଲ କରିପାରିବେ। ସମସ୍ତ ଅଭିଯୋଗର ଯାଞ୍ଚ ଓ ସଂଶୋଧନ ପରେ ଆସନ୍ତା ସେପ୍ଟେମ୍ବର ୬ରେ ଅନ୍ତିମ ବା ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ । ରାଜ୍ୟର ମୋଟ ୩୧ଟି ନିର୍ବାଚନ ଜିଲ୍ଲାରେ ଏହି SIR ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ଏକ ବଡ଼ ପରିବର୍ତ୍ତନ କରାଯାଇ ଖୋର୍ଦ୍ଧା ଜିଲ୍ଲାରୁ ପୃଥକ କରି ‘ଭୁବନେଶ୍ୱର ନିର୍ବାଚନ ଜିଲ୍ଲା’ କୁ ଏକ ସ୍ୱତନ୍ତ୍ର ୟୁନିଟ୍ ଭାବେ ଗଠନ କରାଯାଇଛି । ବର୍ତ୍ତମାନଠାରୁ କମିଶନର ଏହାର ନିର୍ବାଚନ ସମ୍ବନ୍ଧୀୟ ବ୍ୟାପାରର ତଦାରଖ କରିବେ ।

ଭୋଟର ତାଲିକାରୁ ନିଜର ମତାଧିକାର ସୁରକ୍ଷିତ ରଖିବା ପାଇଁ ଯୋଗ୍ୟ ନାଗରିକମାନଙ୍କୁ ତୁରନ୍ତ ଚିଠା ତାଲିକାରେ ନିଜ ନାମ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି । ସାଧାରଣ ଜନତା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍ ୱେବସାଇଟ୍, ନିର୍ଦ୍ଦିଷ୍ଟ ପୋଲିଂ ଷ୍ଟେସନ କିମ୍ବା ନିଜ ଅଞ୍ଚଳର ବିଏଲ୍ଓ ଙ୍କ ଜରିଆରେ ଏହି ଡ୍ରାଫ୍ଟ ଲିଷ୍ଟ ଦେଖିପାରିବେ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments