ପୁରୀ, (୦୬/୦୭) : ଆପ୍ର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆରମ୍ଭ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତିର ହେଉଛି ସମୀକ୍ଷା ।
ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ,ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ ଆଦି ମଧ୍ୟ ଉପସ୍ଥିତ ଅଛନ୍ତି । ପୁରୀ ଜିଲ୍ଲାରବିଧାୟିକା ଉପାସନା ମହାପାତ୍ର, ଓମ୍ ପ୍ରକାଶ ମିଶ୍ର, ଆଶ୍ରିତ ପଟ୍ଟନାୟକ, ସୁନୀଲ ମହାନ୍ତି, ତୁଷାରକାନ୍ତି ବେହେରା, ଓ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ରଥ ନିର୍ମାଣ, ନୀତିକାନ୍ତି ପାଇଁ ଦ୍ରବ୍ୟ ଯୋଗାଣ, ରାସ୍ତା, ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥାର ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦିଆଯାଇଥିବା ଡେଡ୍ ଲାଇନ୍ ଅନୁଯାୟୀ କେତେ କାମ ହୋଇଛି ,ସେନେଇ ମାନସ ମନ୍ଥନ ହେଉଛି ।

